Home ଜିଲ୍ଲା ପରିକ୍ରମା ଜିଲା କୃଷି ବିଭାଗର ପ୍ରାଥମିକ ଆକଳନ, ୮୫ ଟି ଗାଁର ୨୯୪ ହେକ୍ଟର ଧାନ ଓ...

ଜିଲା କୃଷି ବିଭାଗର ପ୍ରାଥମିକ ଆକଳନ, ୮୫ ଟି ଗାଁର ୨୯୪ ହେକ୍ଟର ଧାନ ଓ ଅଣଧାନ ଫସଲ ହାନି

41

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ଜିଲାର ୭ଟି ବ୍ଲକ୍‌ର ୩୬ଟି ପଞ୍ଚାୟତର ୮୫ଟି ଗାଁର ଚଳିତ ଋତୁର ୨୯୪ ହେକ୍ଟର ଧାନ ଓ ଅଣଧାନ ଫସଲ (ଷ୍ଟାଡିଂକ୍ରପ୍‌) ହାନି ଘଟାଇଛି । ଜିଲା କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ଏହି ୭ ଟି ବ୍ଲକ୍‌ରେ ୫୧୫ ହେକ୍ଟର ଧାନ ଓ ଅଣଧାନ ଫସଲ ଚାଷ ହୋଇଥିଲା । ଏହାମଧ୍ୟରୁ ୨୯୪ ହେକ୍ଟର ଜମିର ଶସ୍ୟ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଜିଲା ପ୍ରଶାସନର ଏହି ଆଖିଦୃଶିଆ ପ୍ରାଥମିକ ଆକଳନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ଜିଲାର ଚଳିତ ଋତୁରେ ଜିଲାର ୭ଟି ବ୍ଲକ୍‌ରେ ଚାଷ ହୋଇଥିବା ୫୧୫ ହେକ୍ଟର ଫସଲ ମଧ୍ୟରୁ ୧୯୩ ହେକ୍ଟର ଧାନ ଓ ୩୨୨ ହେକ୍ଟର ଧାନ ଓ ଅଣଧାନ ଫସଲ ଥିଲା । ଏହାମଧ୍ୟରୁ ୧୪୧ ହେକ୍ଟର ଧାନ ଫସଲ ୩୩.୫୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବାବେଳେ ୫୦ ପ୍ରତିଶତ ୨୦ ହେକ୍ଟର ଜମିର ଫସଲ ମୋଟ ୧୬୧ ହେକ୍ଟର କ୍ଷତିଗ୍ରସ୍ତ ହୋଇଛି । ଏହାବ୍ୟତୀତ ୩୮ ହେକ୍ଟର ଜମିର ଅଣଧାନ ଫସଲ ୩୩.୫୦ ପ୍ରତିଶତ ନଷ୍ଟ ହୋଇଥିବାବେଳେ ୯୫ ହେକ୍ଟର ଅଣଧାନ ଜମି ଧାନର ଫସଲ ୫୦ ପ୍ରତିଶତ ମୋଟ ୧୩୩ ହେକ୍ଟର ଜମିର ଅଣଧାନ ଫସଲ ନଷ୍ଟ ହୋଇଛି । ଭଦ୍ରକ ବ୍ଲକ୍‌ର ୫ ଟି ପଂଚାୟତ ୧୪ଟି ଗାଁର ୬୫ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯାଇଥିଲା । ଏହିସବୁ ଜମିର ଫସଲ ୫୦ ପ୍ରତିଶତ ହାନି ଘଟିଛି । ସେହିପରି ତହିଡି ବ୍ଲକ୍‌ର ୭ଟି ପଞ୍ଚାୟତର ୧୭ଟି ଗାଁର ୨୦ ହେକ୍ଟର ଧାନ ଓ ୩୧ ହେକ୍ଟର ଅଣଧାନ ମୋଟ ୫୧ ହେକ୍ଟର ଜମିର ଫସଲ ହୋଇଥିଲା । ଏହାମଧ୍ୟରୁ ୨୦ ହେକ୍ଟର ଜମିର ଧାନ ଫସଲ ୫୦ ପ୍ରତିଶତ ଓ ୩୦ ହେକ୍ଟର ଅଣଧାନ ଫସଲ ମୋଟ ୫୦ ହେକ୍ଟର ଜମିର ଫସଲ କ୍ଷତିଗ୍ରସ୍ତ ହୋଇଛି ।

ବାସୁଦେବପୁର ବ୍ଲକ୍‌ର କୌଣସି ଚାଷ ଜମି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନାହିଁ । ଚାନ୍ଦବାଲିର ୫ଟି ପଞ୍ଚାୟତର ୧୮ଟି ଗାଁ ରେ ୮୨ ହେକ୍ଟର ଧାନ ଅଣଧାନ ଚାଷ ହୋଇଥିଲା । ଏହାମଧ୍ୟରୁ ୮୦ ହେକ୍ଟର ଜମିର ୩୩.୫୦ ପ୍ରତିଶତ ଫସଲ ୨ ହେକ୍ଟର ଅଣଧାନ ଫସଲ ୩୩.୫୦ ପ୍ରତିଶତ ନଷ୍ଟ ହୋଇଛି । ଧାମନଗରର ୧୩ଟି ପଞ୍ଚାୟତର ୨୪ଟି ଗାଁର ୬୧ ହେକ୍ଟର ଧାନ ଓ ୧୫୧ ହେକ୍ଟର ଅଣଧାନ ମୋଟ ୨୧୨ ହେକ୍ଟର ଜମିରେ ଫସଲ ହୋଇଥିଲା । ଏହାମଧ୍ୟରୁ ୬୧ ହେକ୍ଟର ଜମିର ଧାନଫସଲ ୩୩.୫୦ ପ୍ରତିଶତ କ୍ଷତି ଘଟିଥିବାବେଳେ ୪ ହେକ୍ଟର ଜମିର ଅଣଧାନ ଫସଲ ମୋଟ ୬୫ ହେକ୍ଟର ଜମିର ଫସଲ ୩୩.୫୦ ପ୍ରତିଶତ ନଷ୍ଟ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ୍‌ର ୩୩ ହେକ୍ଟର ଜମିରେ ଧାନ ଓ ୩୫ ହେକ୍ଟର ଜମିରେ ଅଣଧାନ ମୋଟ ୬୬ ହେକ୍ଟର ଜମିରେ ଫସଲ ହୋଇଥିଲା । ତେବେ ବାତ୍ୟାରେ କୌଣସି ପ୍ରଭାବ ଏଠାରେ ପଡୁନାହିଁ । ବନ୍ତ ବ୍ଲକ୍‌ର ୬ ପଞ୍ଚାୟତର ୧୨ଟି ଗାଁରେ ୩୪ ହେକ୍ଟର ଜମିରେ ଅଣଧାନ ଫସଲ ହୋଇଥିଲା । ବାତ୍ୟା ପ୍ରଭାବରେ ୩୨ ହେକ୍ଟର ଜମିର ଫସଲ ହାନି ଘଟୁଥିବାର ଜିଲା କୃଷି ବିଭାଗର ପ୍ରାଥମିକ ଆକଳନରୁ ଜଣାପଡିଛି । କ୍ଷୟକ୍ଷତିର ଆକଳନ ନିମନ୍ତେ ସରକାରଙ୍କ ବିଧିବଦ୍ଧ ନିର୍ଦ୍ଦେଶ ମୁତାବକ ଜିଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦ, କୃଷି ଜିଲା ଅଧିକାରୀ ପ୍ରସାଦ କୁମାର ନାୟକ ଓ ରମେଶ ଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ଟି ବ୍ଲକ୍‌ର କ୍ଷୟକ୍ଷତି ପ୍ରାଥମିକ ଭାବେ ଆକଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.