Home ଜିଲ୍ଲା ପରିକ୍ରମା କୋରାପୁଟ ଜିଲ୍ଲାରେ  ୨୩୩ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୨୩୩ଜଣ କରୋନା ପଜିଟିଭ ଚିହ୍ନଟ

47

କୋରାପୁଟ ୨୧-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଶୁକ୍ରବାର ଜିଲାରେ  ଶୁକ୍ରବାର ଦିନ ୯୪ଜଣ ମହିଳାଙ୍କ ସମେତ  ୨୩୩ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୨୭୮୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୪୫ , ସୁନାବେଡା ପୌରାଂଚଳରୁ ୨୫ ଏବଂ କୋଟପାଡ ଏନଏସିରୁ   ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୧, ବୈପାରିଗୁଡା ବ୍ଲକରୁ ୮,ବୋରିଗୁମ୍ମା ବ୍ଲକରୁ ୮,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୯  ଓ କୋରାପୁଟ ବ୍ଲକରୁ ୨୧ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୨୦,ଲମତାପୁଟ ବ୍ଲକରୁ୪,ଲକ୍ଷ୍ମୀପୁର ବ୍ଲକରୁ ୧୭,ନନ୍ଦପୁର ବ୍ଲକରୁ ୧୦,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୯  ଏବଂ  ସେମିଲିଗୁଡା  ବ୍ଲକରୁ  ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୦ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୫୪  ହଜାର ୭୧୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୦ ତାରିଖ   ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୦୨୧୫ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୫୩୭ ଟି ସକ୍ରୀୟ କେସ  ରହିଛି ଓ  ୩୩ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.