Home ଜିଲ୍ଲା ପରିକ୍ରମା ପୂର୍ବତନ ପଂଚାୟତ ସମ୍ପାଦକଙ୍କ ପରଲୋକ

ପୂର୍ବତନ ପଂଚାୟତ ସମ୍ପାଦକଙ୍କ ପରଲୋକ

166

ଯାଜପୁର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପଂଚାୟତର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ସମ୍ପାଦକ ସଙ୍ଘର ଜିଲ୍ଲା ସଭାପତି ଶଙ୍କର୍ଷଣ ବେହେରାଙ୍କର ୭୬ ବର୍ଷରେ ତାଙ୍କ ବାସଭବନ ପଥରପଦାରେ ରବିବାର ବିଳମ୍ବିତ ରାତ୍ରୀରେ ହୃଦଘାତରେ ପରଲୋକ ଘଟିଛି । ପାଣିକୋଇଲି ପଂଚାୟତର ସମ୍ପାଦକ ପଦରୁ ଅବସରନେଇଥିବା ଶ୍ରୀ ବେହରାଙ୍କ କାର୍ଯ୍ୟଶୈଳୀ ସ୍ୱତନ୍ତ୍ର ନିଆରା । ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜିବୀ, ଶିକ୍ଷାବିତ୍‌, କର୍ମଚାରୀ, ଶିକ୍ଷାବିତ୍‌, ଆମେ ବିପଦର ସାଥି ସଦସ୍ୟମାନେ ସେଠାରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ମରଶଣୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ପୂର୍ଣ୍ଣତୋୟା ବୈତରଣୀ ନଦୀ ପଠାରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ଅଶୋକ ମୁଖାଗ୍ନୀ ଦେଇଥବବା ବେଳେ ସାନପୁଅ ଅମୂଲ୍ୟ, ଝିଅ, ଜ୍ୱାଇଁ, ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସରପଂଚ ପ୍ରକାଶ ମଲ୍ଲିକ, ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ବେହେରା, ସୁବାସ ଧଳ, ମଧୁସୂଦନ ସାହୁ, ତାରିଣୀ ପଟ୍ଟନାୟକ, ପୁରସ୍ତମ ବାରିକ, ମଦନ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.