Home ଓଡ଼ିଶା ପୂର୍ବତନ ଏସପି ଅଖିଳେଶ୍ୱର ସିଂଙ୍କ ବଦଳି ପ୍ରତିବାଦରେ ଜନଜାଗରଣ ମଞ୍ଚ ପକ୍ଷରୁ ଶୋଭାଯାତ୍ରା

ପୂର୍ବତନ ଏସପି ଅଖିଳେଶ୍ୱର ସିଂଙ୍କ ବଦଳି ପ୍ରତିବାଦରେ ଜନଜାଗରଣ ମଞ୍ଚ ପକ୍ଷରୁ ଶୋଭାଯାତ୍ରା

48

ପୁରୀ, ୨୨/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂ ଙ୍କ ବଦଳି ପ୍ରତିବାଦରେ ଜନଜାଗରଣ ମଞ୍ଚ ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ବିରାଟ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ପୁରୀରେ ଅବାଧ ମଦ, ବ୍ରାଉନ ସୁଗାର, ଗଞ୍ଜେଇ ଓ ଚୌରସ ବିକ୍ରି ଅନେକ ମାତ୍ରାରେ କମିଥିବା ସହ ଅପରାଧିଙ୍କ କାର୍ଯ୍ୟକଳାପ ମଧ୍ୟ ଅନେକାଶଂରେ କମିଯାଇଥିଲା। ଜିଲ୍ଲାରେ ଅପରାଧିଙ୍କୁ ଦୃଢ଼ ହସ୍ତରେ ଦମନ କରିଥିବା ପୂର୍ବତନ ଏସପି ଅଖିଳେଶ୍ୱର ସିଂଙ୍କୁ ହାଜତ ମୃତ୍ୟୁ ମାମଲାରେ ତରବରିଆ ଭାବେ ବଦଳି କରାଯାଇଥିବା ଯୋଗୁଁ ଏହାକୁ ନିନ୍ଦା କରାଯାଇଛି। ଜଣେ ଦାୟିତ୍ୱବାନ ପୋଲିସ ଅଫିସର ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିବା ପୁରୀ ଜିଲ୍ଲା ପୋଲିସ ପ୍ରଶାସନକୁ ଅଯଥାରେ ବଦନାମ ନକରିବା ପାଇଁ ସେମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.