Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲା ପ୍ରଶାସନ ଗୋବିନ୍ଦ ଗୋଧାମ ଗୋଶାଲାକୁ ଦେଲେ ଏଗାର ଗୋମାତା

ପୁରୀ ଜିଲ୍ଲା ପ୍ରଶାସନ ଗୋବିନ୍ଦ ଗୋଧାମ ଗୋଶାଲାକୁ ଦେଲେ ଏଗାର ଗୋମାତା

73

ପୁରୀ, ୨୨/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଲା ପରିଦର୍ଶନରେ ଆସିଥିବା ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପୁରୀ ସହରରେ ବିଚରଣ କରୁଥିବା ଅସହାୟ ୨୦୦ ଗୋମାତାଙ୍କ ଥଇଥାନ ନିମନ୍ତେ ଗୋଶାଲା ପ୍ରତିଷ୍ଠାତାଙ୍କୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ଅନୁସାରେ ପ୍ରଶାସନ ତରଫରୁ ଆଜି ନଗରପାଳିକା କର୍ମଚାରୀଙ୍କ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ୧୧ ଗୋମାତାଙ୍କୁ ନେଇ ଆଳିପଡ଼ା ସ୍ଥିତ ଗୋଶାଲାରେ ପହଁଞ୍ଚି ଗୋଶାଲା ପ୍ରତିଷ୍ଠାତା ଓ ସଂମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜଙ୍କୁ ହସ୍ତାନ୍ତର କରିଛନ୍ତି। ମହାରାଜ ଗୋମାତା ମାନଙ୍କୁ ସ୍ୱାଗତ ପୂର୍ବକ ଗ୍ରହଣ କରି ନିଜର ସ୍ୱଭାଗ୍ୟ ବୋଲି ମତ ବ୍ୟକ୍ତ କରିଛନ୍ତି। ଗୋଷ୍ଠାଷ୍ଟମି ପୂର୍ବରୁ ଜିଲ୍ଲାପାଳଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆଗାମି ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟାୟ କ୍ରମେ ଆହୁରୀ ୧୮୯ଟି ଗୋମାତାଙ୍କୁ ଗୋଶାଲାରେ ଥଇଥାନ କରାଯିବ। ଗୋଶାଳାରେ ପୂର୍ବରୁ ଥିବା ଗୋମାତାଙ୍କ ସହିତ ନୂତନ ୧୧ ଗୋମାତାଙ୍କୁ ମିଶାଈ ଗୋଷ୍ଠାଷ୍ଟମି ଅବସରରେ ଗୋମାତା ପୂଜନ ଗୋଶାଳା ପରିସରରେ କରାଯିବା ପାଇଁ ସ୍ଥିର ହୋଇଛି। କୋରନା କଟକଣା ନିୟମକୁ ପାଳନ ପୂର୍ବକ ନିରାଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ଗୋଶାଲା ପ୍ରତିଷ୍ଠାତା ଓ ସଂମ୍ପାଦକ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.