Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ: ଏସ୍‌ପି କେ....

ପୁରୀ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ: ଏସ୍‌ପି କେ. ବିଶାଳ ସିଂ

38

ପୁରୀ, ୨୨/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ପୁରୀର ନୂତନ ଏସପି ଭୋବେ କେ.ବିଶାଳ ସିଂ ବିଧିବଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଏସପି ଅଖିଳେଶ୍ୱର ସିଂଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ସମସ୍ତ ଗରିଷ୍ଠ ପୋଲିସ ଅଧିକାରୀମାନେ କେ.ବିଶାଳ ସିଂଙ୍କୁ ଫୁଲୋତୋଡ଼ାଦେଇ ସ୍ୱାଗତ କରିଥିଲେ। ପୁରୀ ହେବ ଅପରାଧ ମୁକ୍ତ। ଜନସାଧାରଣଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ କରାଯିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଏନଏଚଆରସି ଗାଇଡ଼୍ ଲାଇନ ଅନୁଯାୟୀ ହାଜତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି। ପୁରୀକୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ ସହର କରାଯିବ। ପୂର୍ବପରି ପୁରୀ ସହରବାସୀଙ୍କ ସହଯୋଗରେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପୁରୀ ଜିଲ୍ଲାକୁ ଅପରାଧ ମୁକ୍ତ କରାଯିବ। ପୋଲିସ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବ ବୋଲି ସେ ଦୃଢ଼ ଆଶାବାଦି ଅଛନ୍ତି। ପିପିଲିର ୫ ଜଣ ଓ ପୁରୀ ଟାଉନ ଥାନାରେ ୨ ଜଣଙ୍କୁ ପୋଲିସ ଥାର୍ଡ଼ ଡ଼ିଗ୍ରୀ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି, ପର୍ଯ୍ୟଟକଙ୍କ ସୁରକ୍ଷା, ପିପୁଲ ପୋଲିସିଂ ଉପରେ ପୁରୀ ପୋଲିସ ଗୁରୁତ୍ୱ ଦେବ। ଅପରାଧ ଓ ଅପରାଧିଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ନୂତନ ଏସପି କହିଛନ୍ତି। ସେହିଭଳି ସମସ୍ତଙ୍କ ସହଯୋଗରେ ଗହଳି ନିୟନ୍ତ୍ରଣ, ଯାନିଯାତ୍ରା ଓ ପର୍ବପର୍ବାଣୀ ସଂମ୍ପାଦିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.