Home ଓଡ଼ିଶା ପୁଷପୁନିରେ ଛୁଟି ଘୋଷଣା ହେଉ

ପୁଷପୁନିରେ ଛୁଟି ଘୋଷଣା ହେଉ

145

ସମ୍ବଲପୁର, ୭/୧୧ – (ଓଡ଼ିଆ ପୁଅ) ନୂଆଖାଇ ପରେ ପୁଷପୁନି ପଶ୍ଚିମ ଓଡ଼ିଶାର ସର୍ବବୃହତ ଗଣପର୍ବ ହୋଇଥିବାରୁ ଏହି ଦିନଟିକୁ ଛୁଟି ଘୋଷଣା କରିବା ପାଇଁ ଓଡ଼ିଶା ସାଂସ୍କୃତିକ ସମାଜ ଏବଂ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ପକ୍ଷରୁ ଦାବି କରାଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଜନପ୍ରତିନିଧି ଏଥିପାଇଁ ସରକାରଙ୍କୁ ଅନୁରୋଧ କରନ୍ତୁ ବୋଲି କୁହାଯାଇଛି। ଧାନ ଅମଳ ପରେ ପୌଷ ପୂର୍ଣ୍ଣିମା ଦିନ ଧନୀ, ଗରିବ, ଚାଷୀ, ମୂଲିଆ ସଭିଏଁ ଏହି ଦିନଟିକୁ ପିଠାପଣା, ଆମିଷ ଓ ଅନ୍ୟାନ୍ୟ ଆହାର ତଥା ନାଚଗୀତ ଜରିଆରେ ଖୁସି ମନାଇଥାନ୍ତି। ଏହା ଜନଜୀବନ ଏବଂ ସାଂସ୍କୃତିକ ପରମ୍ପରାର ଏକ ମହତ ଅବସର ହୋଇଥିବାରୁ ଏହି ଦିନଟିକୁ ଛୁଟି ଘୋଷଣା କରାଯିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.