Home ଓଡ଼ିଶା ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଉଦ୍‌ଘାଟନୀ ମ୍ୟାଚ୍ ରେ ନୟାଗଡ ବିଜୟୀ

ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଉଦ୍‌ଘାଟନୀ ମ୍ୟାଚ୍ ରେ ନୟାଗଡ ବିଜୟୀ

131

ନୟାଗଡ/୧୫/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଉଦ୍‌ଘାଟନୀ ମ୍ୟାଚ୍ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ତରଫରୁ ରାଜ୍ୟ ସ୍ତରୀୟ ୮ ଗୋଟି ବଛା ବଛା ଦଳକୁ ନେଇ ଆରମ୍ଭ ହୋଇଯାଇଅଛି । ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଫେବୃୟାରୀ ୧୫ ତାରିଖ ଦିନ ରଣପୁର ବାଘସାମନ୍ତ ପଡିଆ(ମିନି ଷ୍ଟାଡିୟମ୍‌) ରେ ଉଦ୍‌ଘାଟିତ ହୋଇଯାଇଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରୁ ମଶାଲ ନେଇ ବାଘସାମନ୍ତ ପଡିଆକୁ ଯାଇଥିଲେ । ସେଠାରେ ରଣପୁର ସ୍ପୋର୍ଟସ୍ ଆସୋସିଏସନର ପତାକା ଉତ୍ତୋଳନ କରିବା ପରେ ଦ୍ୱୀପ ପ୍ରଜ୍ୱଳନ କରି ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ କୁ ଉଦ୍‌ଘାଟିତ କରିଥିଲେ ।

ଏହି ପ୍ରଥମ ଦିନର ମ୍ୟାଚ୍ ଭଂଜନଗର ଫୁଟ୍‌ବଲ୍ କ୍ଲବ୍ ସହ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ମ୍ୟାଚ୍ ବଡ ସଙ୍ଘର୍ଷପୁର୍ଣ୍ଣ ମ୍ୟାଚ୍ ଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଶେଷରେ ଟାଇ ବ୍ରେକ୍ ରେ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ବିଜୟୀ ହୋଇଥିବା ଜଣା ପଡିଛି । ପ୍ରଥମ ଦିବସ ଖେଳକୁ ଏମ୍‌.ଏସ୍‌.ବେଗ୍ ପରିଚାଳନା କରିଥିଲା ବେଳେ ଲାଇନ୍ସ ମ୍ୟାନ୍ ଭାବେ ଲକ୍ଷ୍ମୀଧର ଚୌଧୁରୀ ଓ ଶୁସାନ୍ତ ପ୍ରଧାନ ,ଚତୁର୍ଥ ରେଫରି ଭାବେ ବ୍ରଜମୋହନ ମହାପାତ୍ର ସହଯୋଗ କରିଥିଲେ । ସମାଜସେବୀ ଇଂ.ଦେବାଶିଷ ପଟ୍ଟନାୟକ, ଉପଦେଷ୍ଟା ନବକିଶୋର ରାୟ, ସ୍ୱରାଜ ମହାନ୍ତି, ଏନ୍‌.ଏ.ସି ଅଧ୍ୟକ୍ଷା ସବିତା ଦାସ, କାଉନ୍‌ସିଲର କମଳାକ୍ଷୀଙ୍କ ସହ ବହୁ କାଉନସିଲର୍ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସମସ୍ତ କମକର୍ତ୍ତା ଉପସ୍ଥିତ ରହି ପ୍ରଥମ ଦିବସ ଖେଳକୁ ଶୃଙ୍ଖଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.