Home ଜିଲ୍ଲା ପରିକ୍ରମା ପୁଲିସ ସୁରକ୍ଷାରେ ଜଗନ୍ନାଥପ୍ରସାଦ ବାଲିଉଠାଣ ରାସ୍ତା ନିର୍ମାଣ

ପୁଲିସ ସୁରକ୍ଷାରେ ଜଗନ୍ନାଥପ୍ରସାଦ ବାଲିଉଠାଣ ରାସ୍ତା ନିର୍ମାଣ

20

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ନିଲାମ ଦିଆଯାଇଥିବା ଜଗନ୍ନାଥପ୍ରସାଦ ସୈରାତରୁ ବାଲି ଉଠାଣ ପାଇଁ ସୋମବାର ପୁଲିସ ସୁରକ୍ଷାରେ ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ନିଲାମ ବିରୋଧି ସଙ୍ଗଠନ ଓ ପ୍ରଶାସନ ମଧ୍ୟରେ ଥାନା ପରିସରରେ ଆଲୋଚନା ବିଫଳ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିଲାମର ବ୍ୟବସ୍ଥାଗତ ତୃଟିବିଚ୍ୟୁତିକୁ ପ୍ରଶାସନ ସୁଧାରିବା ଓ ବାଲି ଉଠାଣ ପୂର୍ବରୁ ଜଳସମ୍ପଦ ବିଭାଗର ଅନୁମତି ହାସଲ କରାଯିବାକୁ ନିଲାମ ବିରୋଧି ସଙ୍ଗଠନର ପ୍ରତିନିଧି ପ୍ରଶାସନ ସହ ଆଲୋଚନା ସମୟରେ ଉପସ୍ଥାପନ କରିଥିଲେ । ବୈଠକରେ କୌଣସି ଚୁଡାନ୍ତି ନିଷ୍ପତ୍ତି ହୋଇପାରିନଥିଲା । ପରବର୍ତ୍ତି ସମୟରେ ବୈଠକ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ ଆଗାମୀ ଏକ ତାରିଖରେ ନିଲାମ ବାତିଲ ପାଇଁ ତହସିଲ ସମ୍ମୁଖରେ ଆନ୍ଦୋଳନ ପାଇଁ ନିଲାମ ବିରୋଧି ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ମାତ୍ର ଅଚାନକ ପ୍ରଶାସନ ଏକତରଫା ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଦୀପଠାରୁ ନଦୀବନ୍ଧକୁ ବାଲି ପରିବହନକାରୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ରାସ୍ତା ନିର୍ମାଣକୁ ସୁରକ୍ଷା ଦେଇଥିଲେ । ଅନ୍ୟପକ୍ଷରେ ନିଲାମ ପ୍ରତିରୋଧ କମିଟି ପକ୍ଷରୁ ପରବର୍ତ୍ତି ପଦକ୍ଷେପ ନେଇ ବୈଠକ ଆହ୍ୱାନ କରାଯାଇଛି । ଦିନକୁ ଦିନ ଏହି ଘଟଣା କ୍ରମେ ଜଟିଳ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.