Home ଜିଲ୍ଲା ପରିକ୍ରମା ଚୋରା କିରୋସିନି ଓ ନକଲି ଡିଜେଲ କାରବାର ଉପରେ ଲାଗୁନି ରୋକ

ଚୋରା କିରୋସିନି ଓ ନକଲି ଡିଜେଲ କାରବାର ଉପରେ ଲାଗୁନି ରୋକ

24

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ଠାରୁ ଆଖୁଆପଦା ପର୍ଯ୍ୟନ୍ତ ଖେଲିଛି ନକଲି ଡିଜେଲ ଓ ଚୋରା କିରୋସିନିର ସୁଲଭ ବଜାର । ସ୍ଥାନୀୟ ଅଞ୍ଚଳର ବହୁ ଚୋରା ବେପାରୀ ବର୍ଷ ବର୍ଷ ଧରି ଏହି ଲାଭଜନକ ବ୍ୟବସାୟରେ ଲିପ୍ତ ଅଛନ୍ତି । ଛତାବର ଛକ, ସଂପୋଇ, ଭୂତିଆ, ନେଉଳିଆ, ଡାହାଲା, ଆଖୁଆପଦା ଆଦି ଅଞ୍ଚଳର ଚୋରା ବେପାରୀମାନେ ପିଡିଏସ କିରୋସିନିକୁ ଡିଲରମାନଙ୍କ ଠାରୁ ଶସ୍ତାରେ ସଂଗ୍ରହ କରି ଡିଜେଲରେ ରୂପାନ୍ତରିତ କରୁଥିôବା ଜଣାଶୁଣା କଥା । କଲିକତାରୁ ରାସାୟନିକ ପାଉଡର ସଂଗ୍ରହ କରି କିରୋସିନିିକୁ ଡିଜେଲରେ ଅତି ସହଜରେ ପରିଣତ କରି ରାଜପଥରେ ଯାତାୟତ କରୁଥିବା ଦୂରଗାମୀ ଟ୍ରକଗୁଡିକୁ ବିକ୍ରୟ କରୁଛନ୍ତି । ବିଶେଷ କରି ରାତ୍ର ସମୟରେ ଏହି ବେପାର ଖୋଲାଖୋଲି କରାଯାଉଛି । ଗୋଟିଏ ଲିଟର କିରୋସିନିକୁ ରୂପାନ୍ତରିତ କରି ଲାଭ ମିଳୁଛି ପ୍ରାୟ ଚାଳିଶ ଟଙ୍କା । ପ୍ରତ୍ୟେକ ବେପାରୀ ଏହି ବେପାରରୁ ମାସକୁ ହଜାର ହଜାର ଟଙ୍କା ଲାଭ କମାଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିôବା କିରୋସିନି ଉପରେ ଖାଉଟିମାନେ ନିର୍ଭରଶୀଳ ନୁହନ୍ତିି । ଡିଲରମାନେ ନାମକୁ ମାତ୍ର ଅର୍ଥ ଦେଇ ଖାଉଟିମାନଙ୍କ ଠାରୁ କିରୋସିନି ହାତେଇ ଚୋରା ବେପାରୀଙ୍କୁ ବିକ୍ରୟ କରୁଛନ୍ତି । ମାତ୍ର ଏଭଳି କାରବାର ଉପରେ ନିୟମିତ ଭାବେ ଚଢାଉ ହେଉନାହିଁ । ୨୦୧୫ ମସିହାରେ ତତ୍‌କାଳିନ ଥାନାଧିକାରୀ ଛତାବର ଛକର ନକଲି ଡିଜେଲ ବିକ୍ରେତା ଉପରେ ଚଢାଉ କରି ଚାରିଶହ ଲିଟର କିରୋସିନି ଜବତ କରି ମାମଲା ଋଜୁ କରିଥିଲେ ।

୨୦୨୦ ମାର୍ଚ୍ଚ ୧୭ ତାରିଖରେ ବ୍ଲକ ଯୋଗାଣ ନୀରିକ୍ଷକ ଛତାବର ଛକର ଜନୈକ ବଙ୍ଗୀୟ ନକଳି ଡିଜେଲ ବିକ୍ରେତାଙ୍କ ଘରେ ଚଢାଉ କରି ୫୬ଲିଟର କିରୋସିନି ସହ କେମିକାଲ ପାଉଡର ଜବତ କରି ମାମଲା ଋଜୁ କରିଥିଲେ । ପୁନଶ୍ଚ ଗତ ଜୁଲାଇ ୨୨ ତାରିଖରେ ଯୋଗାଣ ବିଭାଗ, ପୁଲିସ ଓ ମାଜିଷ୍ଟ୍ରେଟ ମିଳିତ ଭାବେ ସଂପୃକ୍ତ ନକଲି ଡିଜେଲ ବିକ୍ରେତାଙ୍କ ଘରେ ଚଢାଉ କରି ୬୩୨ ଳିଟର ଚୋରା କିରୋସିନି ଓ ରୂପାନ୍ତର ପାଇଁ ଉଦ୍ଦିଷ୍ଟ କେମିକାଲ ଜବତ କରିବା ସହ ମାମଲା ଋଜୁ କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ. ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରେ ସଂପୋଇ ଚୋରା ବେପାରୀଙ୍କ ଘରେ ଚଢାଉ କରାଯାଇ ୫୦୫ ଲିଟର ଚୋରା କିରୋସିନି ଜବତ କରାଯାଇ ମାମଲା ଋଜୁ କରାଯାଇଥିଲା । ଏଭଳି ଚଢାଉ ଫଳରେ ନକଲି ଡିଜେଲ ବିକ୍ରେତାମାନେ ସ୍ଥାନୀୟ କୁଜି ନେତାଙ୍କ ମାଧ୍ୟମରେ ଯୋଗାଣ ବିଭାଗ ଓ ପୁଲିସ ସହ ମାସିକିଆ ବଟି ବ୍ୟବସ୍ଥା କରି ନିର୍ଭୟରେ କାରବାର ଚଳାଇଛନ୍ତି । ପୁଲିସ ରାଜପଥରେ ନିୟମିତ ପାଟ୍ରେଲିଂ କରୁଛି । ମାତ୍ର ଗୋରୁଗାଡି ଭଳି ନକଲି ଡିଜେଲ କାରବାର ସୁରକ୍ଷିତ ରହିବା ଦୁର୍ଭାଗ୍ୟର ବିଷୟ ପାଲଟିଛି । ଏହି କାରବାର ଉପରେ ଆଶୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକ ଯୋଗାଣ ନୀରିକ୍ଷକ ରେବତୀସ ସିଂ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.