Home ଜିଲ୍ଲା ପରିକ୍ରମା ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଗସ୍ତ,ମାଓଦମନ ଓ କୋଭିଡ୧୯ ସ୍ଥିତି ସଂପର୍କରେ ସମୀକ୍ଷା

ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଗସ୍ତ,ମାଓଦମନ ଓ କୋଭିଡ୧୯ ସ୍ଥିତି ସଂପର୍କରେ ସମୀକ୍ଷା

145

ମାଲକାନଗିରି,୨୯ା୮ (ଓଡିଆ ପୁଅ ) ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲାଗସ୍ତ କରିଛନ୍ତି । ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ମାଓଦମନ,କୋଭିଡ୧୯ ସଂକ୍ରମଣ ସ୍ଥିତି,ଗଜେଂଇ ଚାଲାଣ ରୋକିବା ସହିତ ସ୍ୱାଭିମାନ ଅଚଂଳର ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟଙ୍କ ସହ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା,ଆଇଜ ିଅପରେସନ ଅମିତାଭ ଠାକୁର,ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ,ଦକ୍ଷିଣାଚଂଳ ଡିଆଇଜି ସେଫିନ ଅହମଦ କେ,ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ,ବିଏସଏଫ ଭାରପ୍ରାପ୍ତ ଡିଆଇଜି ଏ.କେ.ଆର୍ଯ୍ୟ, ଓ ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାର କାଲିମେଳା,ତୁଳସିପାହଡ ଓ ସ୍ୱାଭିମାନଅଚଂଳରେ ମାଓବାଦୀସମସ୍ୟା ଅଧିକ ଥିଲା । ଏବେ ଏ ସବୁ ଅଚଂଳରେ ମାଓସମସ୍ୟ କମି ଯାଇଛି, କିଛିଅଶଂରେ ସ୍ୱାଭିମାନ ଅଚଂଳରେ ଆନ୍ଦ୍ରସୀମାନ୍ତ ବର୍ତି ଇଲାକାରେ ମାଓମାଦୀ ଙ୍କ ଗତିବିଧି ପରିଲି କ୍ଷିତ ହେଉଛି । ସେ ଅଚଂଳରେ ଏବେ ଆନ୍ଦ୍ର ଓଡିଶା ପୁଲିସର ମିଳିତ ଅପରେସନରେ ମାଓଦମନ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ସ୍ୱାଭିମାନ ଅଚଂଳରେ ଗୁରୁପ୍ରୀୟା ସେତୁ ହେବା ପରେ ସେ ଅଚଂଳର ଉନ୍ନତି ଘଟି ଚାଲିଛି । ଜାନବାଇ, ପିପିଳପଦର,ଦର୍ଲାବେଡା, ହନ୍ତାଳଗୁଡା,ଜନ୍ତପାଇ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା କରାଯାଇଛି । ଏହା ବ୍ୟତିତ ଜୋଡାମ୍ବ ମାଓପ୍ରବଣ ଅଚଂଳରେ ନୂତନ ପୁଲିସ ଥାନା ଖୋଲାଯାଇଛି । ବିଏସଏଫ ଓ ପୁଲିସ କ୍ୟାମ୍ପ ର ସୁରକ୍ଷା କର୍ମୀ ଙ୍କ କଡାପ୍ରହରା ରେ ମାଓପ୍ରବଣ ଇଲାକାରେ ୭ଟି ନୂତନ ରାସ୍ତା,ସ୍କୁଲଘର, ଅଙ୍ଗନଓ୍ୟାର୍ଡି କେନ୍ଦ୍ର,ଏହା ଦ୍ୱାରା ସ୍ୱାଭିମାନ ଅଚଂଳରେ ମାଓସମସ୍ୟା ହ୍ରାସହେବାସହିତ ସେଠାରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟା ତ୍ୱରାନିତ ହୋଇଛି । ପୁବ ର୍ଅପେକ୍ଷା ମାଲକାନଗିରି ଜିଲ୍ଲାରେ ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି,ସ୍ୱାଭିମାନ ଅଚଂଳର ଉନ୍ନୟନମୁଳକ କାର୍ଯ୍ୟାପାଇଁ ଆବଶ୍ୟକତା ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ପୁଲିସ କ୍ୟାମ୍ପ ଓ ଥାନା ସ୍ଥାପନ କରାଯିବ,ଜିଲ୍ଲାର ଦୁର୍ଗମ ମାଓପ୍ରବଣ ଅଚଂଳଗୁଡିକରେ ଚାଲିଥିବା ବେଆଇନ ଗଜେଂଇ ଚାଷ ଓ ଚାଲାଣ କୁ ରୋକା ଯାଇପାରିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି କୋଭିଡ୧୯ ନିୟନ୍ତ୍ରଣ କ୍ଷେତ୍ରରେ କରୋନା ଯୋଦ୍ଧା ଭାବେ କାମକରି କରୋନା ସଂକ୍ରମଣ ହୋଇ ସୁସ୍ଥ ହୋଇଥିବା ପୁଲିସ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବାସହିତ କରୋନା ଯୋଦ୍ଧା ପୁଲିସ କର୍ମଚାରୀ ମାନଙ୍କୁ ସମ୍ମାନିତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.