Home ଜିଲ୍ଲା ପରିକ୍ରମା ଜାତୀୟ କ୍ରୀଡା ଦିବସପାଳନ ଅବସରରେ କ୍ରୀଡାବିତ ମାନେ ସମ୍ମାନିତ ହେଲେ

ଜାତୀୟ କ୍ରୀଡା ଦିବସପାଳନ ଅବସରରେ କ୍ରୀଡାବିତ ମାନେ ସମ୍ମାନିତ ହେଲେ

54

ମାଲକାନଗିରି,୨୯ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକ୍ରୀଡା ଛାତ୍ରବାସ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ କ୍ରୀଡାଦିବସ ପାଳନ ଅବସରରେ କ୍ରୀଡା ଓ ସମାଜ ସେବା କ୍ଷେତ୍ର ରେ ଉଲେଖ୍ୟନିୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଛି । ସ୍ଥାନୀୟ ଇନଡୋର କ୍ରୀଡା କକ୍ଷରେ କୋଭିଡ୧୯ ନିୟମ ପାଳନ ସହ ମାସ୍କପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗଦେଇ ଶ୍ରେଷ୍ଠ ହକି କ୍ରଡୀବିତ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ଉତ୍ସବ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ସାତଟି ଯାକ ବ୍ଲକ ଓ ବିଭିନ୍ନ ପଚାଂୟତ ର ୧୦୦ରୁ ଉର୍ଦ୍ଦ କ୍ରୀଡାବିତ ଓ କ୍ରୀଡା ପ୍ରେମୀ ମାନଙ୍କୁନେଇ ଏକ େଓ୍ୟବନାର ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟ ମହିଳା କ୍ରାକେଟର ରିତୁସିଂ ଙ୍କ ସହିତ ସିଧାସଳଖ ମିଟିଂ ର ଆୟୋଜନ କରାଯାଇଥିଲା । ଆୟୋଜିତ ଜାତୀୟ କ୍ରୀଡାଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଭାବେ ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ,ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡା ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ଏହି ଅବସରେ ଜିଲ୍ଲାର ଉତମ କ୍ରୀଡା ସଂଗଠକ ଓ ସମଜା ସେବୀ ଭାବେ ବିନାଶ କୁମାର ମିଶ୍ରଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ସହ ସମ୍ମାନିତ କରିବା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରେଷ୍ଟ କ୍ରୀଡାବିତ ମାନଙ୍କୁ ମଧ୍ୟ ଏହି ଅବସରେ ପ୍ରଶଂସାପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରଜଂନକୁମାର ମହାନ୍ତି,ନିତ୍ୟାନନ୍ଦପ୍ରଧାନ ଓ କ୍ରୀଡା ଶିକ୍ଷକ ମାନେ ପରିଚାଳନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.