Home ଅପରାଧ ପୁଲିସ ବେଶରେ ଚୋରି : ମହିଳାଙ୍କ ସୁନା ଅଳଙ୍କାର ଧରି ଚମ୍ପଟ

ପୁଲିସ ବେଶରେ ଚୋରି : ମହିଳାଙ୍କ ସୁନା ଅଳଙ୍କାର ଧରି ଚମ୍ପଟ

451

ବ୍ରହ୍ମପୁର, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୁଣି ବ୍ରହ୍ମପୁର ରେ ଲୁଟ। ଭିନ୍ନ ଢ଼ଙ୍ଗରେ ଜଣେ ମହିଳାଙ୍କ ଠାରୁ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ଅପରାହ୍ନରେ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ମିଲିଟାରୀ ଲାଇନର ଭି.ଭି ସାରଦା ନାମକ ମହିଳା ଜଣକ ଆଜି ମନ୍ଦିର ଯାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ନିଜକୁ ପୋଲିସର ପରିଚୟ ଦେଇ ଏତେ ସୁନା ପିନ୍ଧିଛ କାହିଁକି ବୋଲି କହିଥିଲେ। ସୁନା ଅଳଙ୍କାର କାଢି ବ୍ୟାଗରେ ରଖିବା ପାଇଁ କହିଥିଲେ। ନଚେତ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯିବ ବୋଲି କହିଥିଲେ ନକଲି ପୋଲିସ ବା ଦୁର୍ବୃତ୍ତ। ଏଥିରେ ସେ ବିଶ୍ୱାସ କରିନଥିବା ବେଳେ ଅନ୍ୟ ଜଣେ ଯୁବକର ସୁନା କାଢି ବ୍ୟାଗରେ ରଖୁଥିବା ଡେମୋ ଦେଖାଇଥିଲେ। ଏଥିରେ ମହିଳା ଜଣକ ବିଶ୍ୱାସ ହେବା ପରେ ସେ ପିନ୍ଧିଥିବା ସୁନା ଅଳଙ୍କାରକୁ ବ୍ୟାଗରେ ରଖିଥିଲେ। ପରେ ଦୁର୍ବୃତ୍ତ ମାନେ ଅଳଙ୍କାରକୁ କାଗଜରେ ଗୁଡ଼ାଇ ରଖିବା ପାଇଁ ପରାମର୍ଶ ଦେଇଥିବା ବେଳେ ସେମାନେ ଧରିଥିବା କାଗଜ ପ୍ୟାକେଟକୁ ମହିଳାଙ୍କୁ ଦେଇ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.