Home ଓଡ଼ିଶା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

195

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ବିଧାନସଭାରେ ଦେଖିବାକୁ ମିଳିଛି କିରୋସିନି କଳି।

ଏହି କିରୋସିନ ନେଇ କିଏ କହୁଛି ସତ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ରାଜ୍ୟକୁ କେନ୍ଦ୍ରରୁ ମିଳୁଥିବା ୨୦ ହଜାର ୭୦୦ କିଲୋଲିଟର କିରୋସିନି କୋଟା କମି ଏବେ ୧୬ ହଜାର ୩୮୪ କିଲୋଲିଟର ମିଳିବ। ତେଣୁ ଅଗଷ୍ଟ ମାସଠାରୁ ହିତାଧିକାରୀଙ୍କୁ ୨.୫ଲିଟର ପରିବର୍ତ୍ତେ ୧.୮୯ଲିଟର କିରୋସିନି ମିଳିବ ବୋଲି ସୂଚନା ମିଳିଥିଲା।

ହେଲେ ଅନ୍ୟପଟେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଭୁଲ। କିରୋସିନିର ବ୍ୟାପକ କଳାବଜାରୀ ହେଉଛି, ଯେଉଁଥିରେ ସରକାରୀଦଳର ସଭ୍ୟ ସମ୍ପୃକ୍ତ ଅଛନ୍ତି।

ତେଣୁ ମନ୍ତ୍ରୀ ନା ବିରୋଧୀଦଳ ନେତା କିଏ ସତ କହୁଛନ୍ତି ? ଯାହା ଗୃହର ସ୍ୱାଧିକାର ଭଙ୍ଗ ହେଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.