Home ଓଡ଼ିଶା ପୁଲିସ ବାବୁଙ୍କ ଦାଦାଗିରି

ପୁଲିସ ବାବୁଙ୍କ ଦାଦାଗିରି

378

ନୟାଗଡ଼,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ବିନା ଅଭିଯୋଗରେ ଜଣେ ଯୁବକକୁ ଫତେଗଡ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ଯୁବକ ଗୁରୁତର ହୋଇ ଅଚେତ ହୋଇପଡିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ  ଅଭିଯୋଗ ଅନୁସାରେ, ଗତ ୧୪ତାରିଖ ସନ୍ଧ୍ୟାରେ ବିଜିପୁର ପଞ୍ଚାୟତ ମାଳି ବେରଣୀ ଗାଁର ପ୍ରଦୀପ୍ତ କୁମାର ସାମଲ ନାମକ ଜଣେ ଯୁବକ ବିଜିପୁର ଛକଠାରେ ସାଙ୍ଗମାନଙ୍କ ସହ ପାର୍ଟି କରୁଥିଲେ ।

ଏହି ସମୟରେ ପ୍ରଦୀପ୍ତଙ୍କ ଜଣେ ସାଙ୍ଗ ଏକ ଚୋରା ବାଇକରେ ଆସି ସେହି ପାର୍ଟିରେ ଯୋଗ ଦେଇଥିଲେ । ହଠାତ ଫତେଗଡ଼ ପୋଲିସ ସାଧା ପୋଷାକରେ ଆସି ଉକ୍ତ ଜାଗାରେ ଚଢ଼ାଉ କରିଥିଲା । ଫଳରେ ଚୋରା ଗାଡ଼ି ଆଣିଥିବା ପ୍ରଦୀପ୍ତଙ୍କ ସାଙ୍ଗ ସେଠାରୁ ଖସି ପଳାଇ ଥିବାବେଳେ ପ୍ରଦୀପ୍ତ ଏବଂ ଉକ୍ତ ବାଇକକୁ ଉଠାଇ ନେଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.