Home ଓଡ଼ିଶା ଧାରା ୩୭୦ ଉଚ୍ଛେଦକୁ ସମର୍ଥନ; ଗୋଟିଏ ଦେଶ, ଗୋଟିଏ ପତାକା: କଂଗ୍ରେସ !

ଧାରା ୩୭୦ ଉଚ୍ଛେଦକୁ ସମର୍ଥନ; ଗୋଟିଏ ଦେଶ, ଗୋଟିଏ ପତାକା: କଂଗ୍ରେସ !

969

ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ସିନା କେନ୍ଦ୍ରରେ କିଛି କଂଗ୍ରେସୀ ନେତା ବିରୋଧ କରୁଛନ୍ତି।କାଶ୍ମୀରରେ ସବୁ କିଛି ଠିକ୍ ନାହିଁ ବୋଲି କଂଗ୍ରେସ ଭାଇ/ଭଉଣୀ ରାହୁଲ ଏବଂ ପ୍ରିୟଙ୍କା କହୁଛନ୍ତି।କିନ୍ତୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କର୍ଣ୍ଣ ସିଂଙ୍କ ପରି କିଛି କଂଗ୍ରେସ ନେତା ୩୭୦ ଧାରା ଉଚ୍ଛେଦ ସପକ୍ଷରେ କହୁଛନ୍ତି।ସେଥିରେ ଯୋଡ଼ି ହୋଇ ଯାଇଛନ୍ତି ଓଡ଼ିଶାର ଜଣେ କଂଗ୍ରେସୀ ନେତା।ସେ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ।କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ- କ୍ଲାସରୁମ୍ ଲୋକାର୍ପଣ ସଭାରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଆଦିଙ୍କ ଉପସ୍ଥିତରେ ସୁର ରାଉତରାୟ ତାଙ୍କ ଚିରାଚରିତ ଢଙ୍ଗରେ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରିବା ସହ ଭାରତର ଡିଫେନ୍ସ ସିଷ୍ଟମକୁ ନେଇ କହିଥିଲେ, ଇନ୍ଦିରା ଗାନ୍ଧୀ ପକ୍କା କରିଥିଲେ, ତମେ (ମୋଦୀ) ଆହୁରି ପକ୍କା କରିଦେଲ।କଶ୍ମୀର ଆମର।ଏଥିରେ ଦ୍ବିମତ ନାହିଁ।ଭାରତରେ ଯିଏ ରହିବ, ଗୋଟିଏ ପତାକା ତ୍ରିରଙ୍ଗା। ଏ’ ପତାକାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ।ତେବେ, ମୁଁ ତେଲ ମାରୁନି ବୋଲି କହି କାର୍ଯ୍ୟକ୍ରମରେ ଉପସ୍ଥିତ ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲ ମାରିବାକୁ ଯାଇ ସେ ମୋଦୀ ସରକାରଙ୍କର ପ୍ରଶଂସା କରି ବସିଛନ୍ତି।ଏମାନେ କହୁଛନ୍ତି ଭାରତ ସରକାର ଦେଉନି, ଆଉ କେତେ ଦେବ? ବୋଲି ବୋଲି ସୁର ପ୍ରଶ୍ନ କରିଛନ୍ତି।ଓଲଟି ନୂଆ ରେଳ ଲାଇନ ନିର୍ମାଣ ପାଇଁ ରାଜ୍ୟ ସରକାର ଜାଗା ଦେଉ ନାହାଁନ୍ତି ବୋଲି ସୁର କହିଥିଲେ।ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସମେତ ଯେଉଁ ଗାଁ’ କୁ ଲୋକେ ଯାଇ ପାରୁନଥିଲେ ସେଠାକୁ ଏବେ ପକ୍କା ରାସ୍ତା, ୭୫% ଗାଁ’ କୁ ପାଇପ ଜଳ ଯୋଗାଣ, ଫନି ବାବଦରେ ସହାୟତା ସମେତ ଓଡ଼ିଶାକୁ ମୋଦୀ ସରକାରଙ୍କର ପର୍ଯ୍ୟାପ୍ତ ଅନୁଦାନ ଆଦିକୁ ସୁର ରାଉତରାୟ ଖୁବ୍ ପ୍ରଶଂସା କରିଥିଲେ।ସୁରଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସର ପ୍ରତିକ୍ରିୟା ଜଣାପଡ଼ି ନାହିଁ।ଅବଶ୍ୟ ଏଇ କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଇତିହାସ ପୁନଃ ଲିଖନ ମନ୍ତବ୍ୟକୁ ସୁର ସମାଲୋଚନା କରିଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.