Home ଓଡ଼ିଶା ନିଶା ନିବାରଣ ପାଇଁ ଶୋଭାଯାତ୍ରା

ନିଶା ନିବାରଣ ପାଇଁ ଶୋଭାଯାତ୍ରା

196

ଜଗତସିଂହପୁର,୧୬/୦୯,(ଓଡ଼ିଆ ପୁଅ ପି ନାଏକ):ଜଗତସିଂହପୁରରେ ନିଶା ନିବାରଣ ପାଇଁ ଆଗେଇ ଆସିଛି ଯୁବ ସଂଗଠନ । ଜଗତସିଂହପୁର ସଦରରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ୱେଚ୍ଛାସେବୀ ସଂଗଠନ ଓ ପାଟେଣୀ ଗାଁ ସ୍ଥିତ ମା’ ଜାଗୁଳାଇ ସେବା ସଂଘ ପକ୍ଷରୁ ନିଶା ନିବାରଣକୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଗାନ୍ଧୀ ଛକ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା । ବର୍ତ୍ତମାନ ସମାଜରେ ଯୁବ ଗୋଷ୍ଠୀ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କବଳରେ ପଡିଥିବା ବେଳେ ସେମାନଙ୍କୁ ସେଥିରୁ ବାହାର କରିବା ପାଇଁ ସଂଗଠନ ପ୍ରୟାସ କରୁଛି ବୋଲି କହିଛନ୍ତି ସଂଘର କର୍ମକର୍ତ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.