Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର

11

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ଗ୍ରାମର ନୃସିଂହ ଜେନା ଓ ଚୌଧୁରୀ ଜେନାଙ୍କ ଚାରି ବଖରା ଘର ଆଜି ସକାଳେ ଜଳିଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା । ସେତେବେଳେକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ପଚାଶ ହଜାର ଟଙ୍କାର ସମ୍ପତ୍ତି ପୋଡିିପାଉଁଶ ହୋଇଛି । ଏହି ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.