Home କେନ୍ଦୁଝର ପୁଲିସ ଦ୍ୱାରା ସୀମା ବନ୍ଦକୁ ନେଇ ଅସନ୍ତୋଷ, ଫେରିଗଲା ଆମ୍ବୁଲାନସ

ପୁଲିସ ଦ୍ୱାରା ସୀମା ବନ୍ଦକୁ ନେଇ ଅସନ୍ତୋଷ, ଫେରିଗଲା ଆମ୍ବୁଲାନସ

1167

ହାଟଡ଼ିହି-୧୮/୪, ଆଜି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମା ରାସ୍ତାକୁ ଆଗରପଡା ପୁଲିସ ଦ୍ୱାରା ଅବରୋଧ କରାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମାନବିକତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବାବେଳେ ଏଠାରେ ପୁଲିସ ଆକ୍ରୋଶ ମୁଳକ ଭାବେ ରାସ୍ତାକୁ ଅବରୋଧ କରିବା ସହ ଆମ୍ବୁଲାନସ ସେବା ପର୍ଯ୍ୟନ୍ତ ବନ୍ଦ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଖବରରୁ ଜଣାଯାଇଛି ଯେ ସୋସୋ ପୁଲିସ ଗତକାଲି କେନ୍ଦୁଝର ଜିଲ୍ଲା ସୀମାନ୍ତ କାନପୁର ନିକଟରେ ଚେକିଂ କରିବାସହ ଆଗରପଡା ଅଞ୍ଚଳରୁ ବିଦ୍ୟାଧରପୁର ପଟକୁ ଆସୁଥିବା ସମସ୍ତ ଗାଡିକୁ ଫେରାଇଦେବା, ବିଦ୍ୟାଧରପୁରରୁ ଗ୍ୟାସନେଇ ବାଇକରେ ଯାଉଥିବା ଲୋକଙ୍କୁ ପିଟାପିଟି କରି ଫେରାଇ ଦେଇଥିଲା । ଫଳରେ ଆଗରପଡା ଅଞ୍ଚଳର କେହି ବ୍ୟକ୍ତି ବିଦ୍ୟାଧରପୁର ପଟକୁ ଆସିପାରି ନଥିଲେ । ଏହାକୁ ନେଇ ଆଗରପଡା ଅଞ୍ଚଳର ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ସକାଳୁ ସକାଳୁ ଆଗରପଡା ଥାନାର ୫ଜଣ ପୁଲିସ ଓ ସ୍ଥାନୀୟ କିଛି ଲୋକ ଭଦ୍ରକ ଜିଲ୍ଲା ସୀମାନ୍ତ ପାଟକନା ଛକରେ ଚେୟାରପକାଇ ବସିବା ସହ କେନ୍ଦୁଝର ଜିଲ୍ଲାର ଲୋକଙ୍କୁ ଭଦ୍ରକ ଜିଲ୍ଲା ପଟକୁ ଛାଡି ଦେଇନଥିଲେ । ସୋସୋ, କାନପୁର, ବିଦ୍ୟାଧରପୁର, ମରଚାଇପଦା ଆଦି ଅଞ୍ଚଳର ଲୋକମାନେ ବିଶେଷତଃ ଆଗରପଡା ବଜାର ଓ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ କେହିବି ଲୋକ ଆଗରପଡାକୁ ଯାଇପାରି ନଥିଲେ । ଏପରିକି ସାଇକେଲ ଆରୋହୀଙ୍କୁ ମଧ୍ୟ ଭଦ୍ରକ ଜିଲ୍ଲା ସୀମା ଭିତରକୁ ପସିବାକୁ ଦେଇ ନଥିେଲେ । ସୋସୋର ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ତାଙ୍କର ଜଣେ ଶିଶୁକୁ ଧରି ଆଗରପଡା ଡାକ୍ତରଖାନାକୁ ଯାଉଥିବାବେଳେ ଯେତେ ପ୍ରକାର ବୁଝାସୁଝା କରିଥିଲେବି ସେ ତାଙ୍କୁ ଛାଡି ନଥିଲେ । ସେହିପରି ଏକ ୧୦୮ ଆମ୍ବୁଲାନସ ଗାଡି ରୋଗୀଙ୍କୁ ନେଇ ଆଗରପଡା ଡାକ୍ତରଖାନାକୁ ଯାଉଥିବାବେଳେ ତାକୁ ମଧ୍ୟ ଆଗରପଡା ପୁଲିସ ଫେରାଇ ଦେଇଥିଲା । ଏପରିକି ଅନୁମତିପତ୍ର ଧରି ପରିବା ବେପାରୀମାନେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ପିଟାପିଟି କରି ଫେରାଇ ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାଦେଖି ବିଶ୍ୱଜିତ ଜେନା ନାମକ ଜଣେ ଛାତ୍ର ଏ ସମ୍ପର୍କରେ କେନ୍ଦୁଝର ଏସ.ପିଙ୍କୁ ଟୁଇଟ୍‌କରି ଅବଗତ କରାଇବାପରେ ଦିନ ୧୦ଟା ୩୦ମିନିଟ ପରେ ଯାଇ ପୁଲିସ ଘଟଣାସ୍ଥଳରୁ ହଟିବାପରେ ଯାଇ ଯାତାୟତ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.