Home ଓଡ଼ିଶା ପୁଲିସ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସଦର ମହକୁମାରେ ପହଁଚିଲେ ୫୪୦ ବୁଥର ପୁଲିଂ ପାର୍ଟି,...

ପୁଲିସ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା ସଦର ମହକୁମାରେ ପହଁଚିଲେ ୫୪୦ ବୁଥର ପୁଲିଂ ପାର୍ଟି, ମାଲକାନଗିରି ଜିଲ୍ଲାରେ ୬୮.୯୬ ପ୍ରତିଶତ ମତଦାନ

281

ମାଲକାନଗିରି, ୧୨ା ୪(ଓଡିଆ ପୁଅ) ଗତକାଲି ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ବଡପର୍ବ। ମତଦାନର ମହୋତ୍ସବ, ଆଦିବାସୀ ଅଧ୍ୟୁଷିତ ମାପ୍ରବଣ ମାଲକାନଗିରି ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସରିଯାଇଛି। ଜିଲ୍ଲାର ୫୪୦ଟି ବୁଥ ମଧ୍ୟରୁ ଗତକାଲି ରାତ୍ର ୧୨ ଟା ସୁଦ୍ଧା ୫୩୧ଟି ବୁଥର ପୁଲିଂ ପାର୍ଟି ଜିଲ୍ଲା ସଦର ମହକୁମାଠାରେ ପହଁଚିଥିବା ବେଳେ ଆଜି ମଧ୍ୟାହ୍ନରେ ମାଓପ୍ରବଣ ଅଞ୍ଚଳର ଅନ୍ୟ ୯ଟି ବୁଥର ପୁଲିଂ ପାର୍ଟି ପହଁଚି ସାରିଛନ୍ତି। ମାଓବାଦୀଙ୍କ ନିର୍ବାଚନ ବର୍ଜନର ଡାକରା ସ୍ୱତ୍ୟେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୬୮.୯୬ ପ୍ରତିଶତ ମତଦାନ ହୋଇଛି। ମାଲାକାନଗିରି ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୪ ଲକ୍ଷ ୨୦ ହଜାର ୩୫୮ ମଧ୍ୟରୁ ୨ ଲକ୍ଷ ୯୧ ହଜାର ୪୦୩ ଜଣ ଭୋଟ ଦେଇଛନ୍ତି। ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିର ୨, ୩.୪୪୪ ଭୋଟରଙ୍କ ମଧ୍ୟରୁ ୧, ୬୭, ୯୯୪ ମତଦାନ କରିଥିବାବେଳେ ଚିତ୍ରକୋଣ୍ଡା ବିଧାନସଭା ଆସନର ୧, ୮.୯୧୪ ଭୋଟରଙ୍କ ମଧ୍ୟରୁ, ୧, ୨୩, ୪୦୯ଜଣ ଭୋଟ ଦେଇଛନ୍ତି। ମାଲକାନଗିରି ଆସନରେ ୭୨.୫୯ ପ୍ରତିଶତ ଓ ଚିତ୍ରକୋଣ୍ଡା ଆସନରେ ୬୫.୩୩ପ୍ରତିଶତ ମତଦାନ ହୋଇଛି। ମାଓପ୍ରବଣ ମାଥିଲି ବ୍ଲକର ୬ଟି ଓ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ର ୯ଟି ବୁଥରେ ମାଓବାଦୀଙ୍କ ଭୟରେ ଚିତ୍ରକୋଣ୍ଡା ବିଧାନସଭା ଆସନର ମୋଟ ୧୫ଟି ବୁଥରେ ମତଦାନ ଶୂନ୍ୟ ହୋଇଥିବା ବେଳେ ଅନ୍ୟାନ୍ୟ ଭୋଟ କେନ୍ଦ୍ର ଗୁଡିକରେ ୭୦ରୁ ୯୦ ପ୍ରତିଶତ ମତଦାନ ହୋଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୫୪୦ଟି ବୁଥର ଇଭିଏମ, ଭିଭିପାଟ ମେସିନ ଓ ନିର୍ବାଚନ ସଂପର୍କିୟ କାଗଜପତ୍ର ଗୁଡିକୁ ନିର୍ବାଚନ ଅବଜର୍ଭର, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ରିଟର୍ନି ଅଫିସର ତଥା ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ପିଏ ଆଇଟିଡିଏ ରାମକ୍ରୀଷ୍ଣା ଗଣ୍ଡ, ବିଡିଓ ତଥା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ, ସହକାରି ଜିଲ୍ଲାପାଳ ହୃଷିକେଶ ଗଣ୍ଡ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଷ୍ଟ୍ରଙ୍ଗରୁମ ଠାରେ ଉପସ୍ଥିତ ରହି ପୁଲିଂ ପାର୍ଟି ମାନଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟ ତଦାରଖ କରି ଇଭିଏମ, ଭିଭିପାଟ ମେସିନ ଜାଞ୍ଚ କରି ରଖିଥିଲେ। ମାଓପ୍ରବଣ କାଲିମେଳା ବ୍ଲକ ଟିଗଲ ପଂଚାୟତର ତାମନପାଲି ବୁଥରେ ଇଭିଏମ ମେସିନ ଅଚଳ ଯୋଗୁଁ ଭୋଟଦେବାରେ ବିଳମ୍ବ ହୋଇଥିଲା। ୪ଟା ପରେ ୩୦୦ ଭୋଟରଙ୍କୁ ଚିରକୁଟ ଦିଆ ଯାଇଥିଲା। ମାଓପ୍ରବଣ ହୋଇଥିଲେ ମଧ୍ୟ ରାତ୍ର ୧୦ଟା ପର୍ଯ୍ୟନ୍ତ ସେହି ବୁଥରେ ଭୋଟର ମାନେ ଆଗ୍ରହ ସହକାରେ ମତଦାନ କରିଥିଲେ। ତାମନପାଲି ବୁଥରେ ୧୨୩୦ ଭୋଟର ଙ୍କ ମଧ୍ୟରୁ ୯୨୩ଜଣ ଭୋଟର ମତଦାନ କରିଛନ୍ତି। ପୁଲିପାର୍ଟି ମାନେ ଦୀର୍ଘ ୨୪ ଘଟାଂ ଧରି ଭୋକ ଉପାସରେ ରହି ନିର୍ବାଚନ ପରିଚାଳନା କରିଥିବାର ଜଣା ପଡିଛି। ଆଜି ଷ୍ଟ୍ରଙ୍ଗରୁମରେ ଦୁଇଟି ନିର୍ବାଚନ ମଣ୍ଡଳିର ୧୩ଜଣ ପ୍ରର୍ଥୀଙ୍କ ଭାଗ୍ୟ ଯଉମୁଦ ଦିଆ ଇଭିଏମ ମେସିନ ମଧ୍ୟରେ ରହିଛି ଆସନ୍ତା ମାସ ୨୩ ତାରିଖ ଦିନ ସେମାନଙ୍କ ଫଳାଫଳ ଜଣାପଡିବ କାହାମୁଣ୍ଡରେ ହାତୀ ସୁନା କଳସ ଢାଳିବ। ଏବେ ଠାରୁ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଓ ନେତାଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.