Home ଜିଲ୍ଲା ପରିକ୍ରମା ପୁଲିସ ଅଧିକାରୀଙ୍କ ଆକ୍ରମଣରେ ମହିଳା ଗୁରୁତର

ପୁଲିସ ଅଧିକାରୀଙ୍କ ଆକ୍ରମଣରେ ମହିଳା ଗୁରୁତର

123

ମାଲକାନଗିରି,୧୯ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ପୁଲିସ ଅଧିକାରୀଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସଂପୃକ୍ତ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି । ଜିଲ୍ଲାସଦର ମହକୁମା ସ୍ଥ ଆର୍ଶିବାଦ କଲୋନିରେ ରହୁଥିବା ପୁଲିସ ଏଏସଆଇ ଚନ୍ଦ୍ରଶେଖର ହଜାରୀ ଓ ସେଠାକାର ବାସିନ୍ଦା ସୁନାମଣି କଂସାରୀ ନାମୀ ଜଣେ ମହିଳାଙ୍କ ସହିତ କୌଣସି କାରଣରୁ ଆଜିସନ୍ଧ୍ୟାରେ ଝଗଡା ଲାଗିଥିଲା । ସଂପୃକ୍ତ ମହିଳା ଜଣଙ୍କ ଗାଳିଗୁଲଜ କରିବାରୁ ଏଥିରେ ଉତ୍ୟକ୍ତ ହୋଇ ପୁଲିସ ଏଏସଆଇ ମହିଳାଙ୍କୁ ଆକ୍ରମଣ କରିଥିଲେ । ପୁଲିସ ଅଧିକାରୀଙ୍କ ଆକ୍ରମଣରେ ମହିଳାଙ୍କ ଆଖି ରେ ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ । ମହିଳା ଜଣଙ୍କ ରକ୍ତାକ୍ତ ହୋଇ ପଡି ଯିବାରୁ ପୁଲିସ ଅଧିକାରୀ ଜଣଙ୍କ ସେଠାରୁ କେଉଁ ଆଡେ ପଳାଇଥିଲେ । ମହିଳାଙ୍କୁ ପାଖପଡୋଶି ମାନେ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ପୁଲିସ ଏଏସଆଇ ଶ୍ରୀ ହଜାରୀଙ୍କ ଏହି କାଣ୍ଡ ସଂପର୍କରେ ମାଲକାନଗିରି ଥାନାରେ ଆହତ ମହିଳାଙ୍କ ପୁଅ ଏତଲା ଦେଇଥିବା ବେଳେ ପୁଲିସ ଏଏସଆଇ ଙ୍କ ସ୍ତ୍ରୀ ମଧ୍ୟ ସଂପୃକ୍ତ ମହିଳାଙ୍କ ନାମରେ ପାଲଟା ଅଭିଯୋଗ କରିଥିବାର ଜଣାପଡିଛି । ମାଲକାନଗିରି ଥାନା ପୁଲିସ ଏ ସଂପର୍କରେ ତଦନ୍ତ ଚଳାଇଛନ୍ତି । ସୁଚନା ଯୋଗ୍ୟ ଯେ ଅନେକ ଦିନରୁ ପୁଲିସ ଅଧିକାରୀଙ୍କ ପରିବାର ଓ ସଂପୃକ୍ତ ମହିଳାଙ୍କ ମଧ୍ୟରେ ଝଗଡା ଲାଗିଆସୁଥିଲା,ଏହି ଝଗଡା ଆଜି ଉଗ୍ରରୁପନେଇ ଏପରି କାଣ୍ଡ ହୋଇଥିବାର ବସ୍ତିବାସିନ୍ଦା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.