Home ଜିଲ୍ଲା ପରିକ୍ରମା ଭଦ୍ରକରୁ ୨୭ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭଦ୍ରକରୁ ୨୭ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

15

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ପୁରୁଣାବଜାର ଥାନା ଅଂଚଳରୁ ୨୭ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିବାବେଳେ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ପୁଲିସ୍ ଗିରଫ କରିଥିବା ବିଷୟ ଆଜି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ ପଣ୍ଡା ସହରାଞ୍ଚଳ ଥାନାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ ପୁରୁଣାବଜାର ଥାନା ଅଧୀନସ୍ଥ ଆରଏମ୍‌ସି ମାର୍କେଟ୍ ବୁଧୁବାର ହାଟ ନିକଟରେ ଉପରୋକ୍ତ ବ୍ରାଉନ୍‌ସୁଗାର ବ୍ୟବସାୟ ହେଉଥିବା ନେଇ ପୁଲିସ୍ ଖବର ପାଇଥିଲା । ଫଳରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣାବଜାର ଥାନାର ଏକ ଟିମ୍ ଉକ୍ତ ଅଂଚଳ ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ବିଜୟକୃଷ୍ଣ ମିଶ୍ର ନାମକ ଜଣେ ପୂଜାରୀଙ୍କ ନିକଟରୁ ୨୨.୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଥିଲା । ପରେ ତା ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଦୀପ ମଲ୍ଲିକ ନାମକ ଆଉ ଜଣେ ବ୍ୟକ୍ତିଙ୍କ ଠାରୁ ୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା । ମୋଟ ୨୭.୫ ଗ୍ରାମ ଓଜନର ବାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ କହିଛନ୍ତି ଶ୍ରୀ ପଣ୍ଡା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.