Home ଓଡ଼ିଶା ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଏବଂ ଶିବସେନାର ହେବ ସରକାର, ୧ ଡିସେମ୍ବରରେ ଶପଥ ଗ୍ରହଣ

ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି ଏବଂ ଶିବସେନାର ହେବ ସରକାର, ୧ ଡିସେମ୍ବରରେ ଶପଥ ଗ୍ରହଣ

443

ମୁମ୍ବାଇ, ୨୬ ନଭେମ୍ବର (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ନୂଆ ସରକାରର ଶପଥ ଗ୍ରହଣ ରବିବାରଦିନ ହେବ। ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ବିକାସ ଅଗାଡ଼ିର ନେତା ଭୋବେ ମନୋନୀତ କରାଗଲା।ଶପଥ ଗ୍ରହଣ କେଉଁଠାରେ ହେବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଶିବସେନା ଚାହୁଁଛି କି ଏହି ସମାରୋହ ଶିବାଜୀ ପାର୍କରେ ହେଉ। ଶିବସେନା, କଂଗ୍ରେସ ଏବଂ ଏନସିପିର ଗଠବନ୍ଧନକୁ ମହାରାଷ୍ଟ୍ର ବିକାସ ଅଗାଡ଼ି ନାମ ଦିଆଯାଇଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ଏହାର ନେତା ମନୋନୀତ କରାଯାଇଛି।

ସୂଚନାଯୋଗ୍ୟଯେ, ମଙ୍ଗଳବାରଦିନ ଦେବେନ୍ଦ୍ର ଫଡଣଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତପା ସହିତ ରାଜ୍ୟରେ କଂଗ୍ରେସ, ଶିବସେନା ଏବଂ ଏନସିପିର ମିଳିତ ଗଠବନ୍ଧନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଯାଇଛି। ଏକ ଡିସେମ୍ବରରେ ହେବାକୁ ଥିବା ଶପଥ ଗ୍ରହଣ ପୂର୍ବରୁ ଉଦ୍ଧବ ଠାକରେ ବୁଧବାରଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। ସୂତ୍ର ମୁତାବକ ସାଥିରେ କଂଗ୍ରେସ-ଏନସିପିର ୨-୨ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇପାରନ୍ତି।

ଠାକରେ ପରିବାରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ନିଜର ପରିବାରର ପ୍ରଥମ ଏପରି ବ୍ୟକ୍ତି ହେବେ, ଯିଏ କି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଶିବସେନା-ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ – କଂଗ୍ରେସର ସଂଯୁକ୍ତ ଗଠବନ୍ଧନ ମହାରାଷ୍ଟ୍ର ବିକାସ ଅଗାଡ଼ିର ନେତୃତ୍ଵ ନେବାକୁଯାଉଛନ୍ତି।

ଉଦ୍ଧବଙ୍କର ପିତା ଦିବଗନ୍ତ ବାଲା ସାହେବ ଠାକରେଙ୍କ ଦ୍ୱାରା ୧୯୬୬ ରେ ସ୍ଥାପିତ କ୍ଷେତ୍ରୀୟ ପାର୍ଟୀ ଶିବସେନା ପ୍ରଥମ ଥର କଂଗ୍ରେସ ଏବଂ ଏନସିପି ସହିତ ହାତ ମିଳାଇଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକରେଙ୍କୁ ଛଅ ମାସ ଭିତରେ ବିଧାନସଭା କିମ୍ବା ବିଧାନ ପରିଷଦର ନିର୍ବାଚନ ଲଢ଼ି ଜିତିବାକୁ ହେବ। ଉଦ୍ଧବ ଆଜି ପର୍ଯ୍ୟନ୍ତ କେବେହେଲେ ନିର୍ବାଚନ ଲଢ଼ିନାହାଁନ୍ତି ଏବଂ ସେ ଦୁଇ ସଦନରେ କୌଣସି ସଦନର ସଦସ୍ୟ ନୁହେଁ ମଧ୍ୟ।

ତାଙ୍କର ପୁଅ ଆଦିତ୍ୟ ଠାକରେ, ଠାକରେ ପରିବାରର ପ୍ରଥମ ସଦସ୍ୟ ଅଟନ୍ତି, ଯିଏକି ପ୍ରଥମ ଥର ଗତ ମାସରେ ବର୍ଲି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଜୟଲାଭ କରିଛନ୍ତି।

୨୭ ଜୁଲାଇ ୧୯୬୦ରେ ଜନ୍ମ ଗ୍ରହଣ କରିଥିବା ଉଦ୍ଧବ ୨୦୧୨ ରେ ନିଜ ପିତାଙ୍କର ନିଧନ ପରେ ପାର୍ଟିର ନେତ୍ତୃତ୍ତ୍ୱ ନେଇଥିଲେ। ଶିବସେନାର ମୁଖପତ୍ର ସାମନାର କାର୍ଯ୍ୟଭାର ସମ୍ଭାଳିବା ପରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ, ବିଜେପି ବିଧାୟକ କାଲିଦାସ କୋଲମ୍ବକରଙ୍କୁ ପ୍ରୋଟେମ ସ୍ପିକର ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଭଗତ ସିଂହ କୋଶ୍ୟାରୀ। ସେ ବୁଧବାର ସକାଳ ୮ଟା ବେଳେ ବିଧାନସଭାର ବିଶେଷ ଅଧିବେଶନ ଡାକିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.