Home ଓଡ଼ିଶା ପୁର୍ବ ଶତୃତା ଓ ଗାଈ ଫୁଲଗଛ ଖାଇବାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ପୁର୍ବ ଶତୃତା ଓ ଗାଈ ଫୁଲଗଛ ଖାଇବାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

203

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ମୟୁରଝାଲିଆ ପାଟଣା ସାହିରେ ପୁର୍ବ ଶତୃତା ଓ ଗାଈ ଫୁଲଗଛ ଖାଇବାକୁ ନେଇ ଦୁଇଟି ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ଜଣା ପଡିଛି । ଫଳରେ ବୃଦ୍ଧ ବଂଶୀଧର ପ୍ରଧାନ(୬୫) ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ବୃଦ୍ଧ ବଂଶୀଧରଙ୍କୁ ପ୍ରଥମେ ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ରେଫର କରିଥିବା ଜଣା ପଡିଛି । ଅପରପକ୍ଷେ ଜଣେ ମହିଳାଙ୍କ ହାତ ଭାଙ୍ଗିଥିବା ଜଣା ପଡିଛି ।

ଘଟଣାରୁ ପ୍ରକାଶ ବଂଶୀଧରଙ୍କ ଗାଈ ଶନିବାରଦିନ ପଡୋଶୀଙ୍କ ଫୁଲଗଛ ଖାଇ ଦେଇଥିଲା । ଫଳରେ ରାତିରେ ଗାଳି ମନ୍ଦରୁ ଉଭୟ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଜଣା ପଡିଛି । ଏ ସମ୍ପର୍କେ ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପୋଲିସ୍ ଘଟଣା ସ୍ଥଳ ତଦନ୍ତ କରି ଫେରିଛି । ଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.