Home କେନ୍ଦୁଝର ସଙ୍ଗରୋଧ କେନ୍ଦ୍ରକୁ ପସିବାକୁ ବାରଣ କରିବାରୁ ଆଦିବାସୀ ସରପଞ୍ଚଙ୍କୁ ମାଡ

ସଙ୍ଗରୋଧ କେନ୍ଦ୍ରକୁ ପସିବାକୁ ବାରଣ କରିବାରୁ ଆଦିବାସୀ ସରପଞ୍ଚଙ୍କୁ ମାଡ

281

ହାଟଡିହି-୩୧/୫, କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ନପସିବା ପାଇଁ ଜଣେ ବାହାର ଯୁବକକକୁ ତାଗିଦ କରିବାରୁ ଜଣେ ଆଦିବାସୀ ସରପଞ୍ଚଙ୍କୁ ସର୍ବ ସମ୍ମୁଖରେ ବିଚ ରାସ୍ତାରେ ମାଡ ଖାଇବାକୁ ପଡିଛି । ସରପଞ୍ଚ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେବି ମାଡଣ୍ଟଘଟଣାର ୨୪ଘଣ୍ଟା ପରେବି ପୁଲିସ ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଅଁରା ପଞ୍ଚାୟତର ସରପଞ୍ଚ କହ୍ନେଇ ମୁଣ୍ଡା ସବୁଦିନ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ ଭଲମନ୍ଦ ବୁଝା ସୁଝା କରିବା ସହ ପ୍ରବାସୀ ଓଡିଆ ମାନଙ୍କୁ ଖାଇବାକୁ ଦେଇଥାନ୍ତି । ଗତକାଲି ୧୨ଟା ୩୦ମିନିଟ ସମୟରେ ସେ ସଙ୍ଗରୋଧ କେନ୍ଦକୁ ଯାଇ ଜଣେ ପ୍ରବାସୀଙ୍କୁ ଡିସଚାର୍ଜ କରିବା ସମୟରେ ଗ୍ରାମର ଜିତେନ୍ଦ୍ର ପରିଡା ନାମକ ଜଣେ ବାହାର ଯୁବକ ବାଇକ ଧରି ସଙ୍ଗରୋଧ କେନ୍ଦ୍ର ଭିତରକୁ ଯାଉଥିଲାବେଳେ ସରପଞ୍ଚ କହ୍ନେଇ ମୁଣ୍ଡା ଯୁବକ ଜଣଙ୍କୁ ବାହାରକୁ ବାହାରିଯିବା ପାଇଁ ତାଗିଦା କରିଥିଲା । ଏହା ଦେଖି ଯୁବକ ଜଣକ ରାଗିଯାଇ ସରପଞ୍ଚଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିବାକୁ ଧାଇଁ ଆସିଥିଲା । ସଙ୍ଗରୋଧ କେନ୍ଦ୍ରରେ କାମ କରୁଥିବା କିଛି ବ୍ୟକ୍ତି ଓ ପ୍ରବାସୀମାନେ ଯୁବକକୁ ଅଟକାଇ ଘରକୁ ପଠାଇ ଦେଇଥିଲେ । କିଛି ସମୟପରେ ସରପଞ୍ଚ ତାଙ୍କର ଜଣେ ସହଯୋଗୀଙ୍କ ସହିତ ନିଜ ଘରକୁ ବାଇକରେ ଯାଉଥିବାବେଳେ ସଂପୃକ୍ତ ଯୁବକ ଜଣକ ବାଟରେ ତାଙ୍କୁ ଅଟକାଇ ମାଡ ମାରିବା ସହିତ ସାଥିରେ ଯାଇଥିବା ମହେଶ୍ୱର ନାୟକଙ୍କୁ ମଧ୍ୟ ପିଟାମରା କରିଥିଲା । ଏ ଘଟଣା ପରେ ସରପଞ୍ଚ କହ୍ନେଇ ମୁଣ୍ଡା ଓ ମହେଶ୍ୱର ନାୟକ ନନ୍ଦିପଦା ଥାନାକୁ ଯାଇ ସଂପୃକ୍ତ ଯୁବକ ବିରୁଦ୍ଧରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଗାଁକୁ ଯାଇ ଥରେ ଚକର କାଟି ପଳାଇ ଆସିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର କୋଭିଡ-୧୯ର ସଫଳ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଅର୍ପଣ କରିଥିବାବେଳେ ଜିଲ୍ଲାପାଳଙ୍କ କ୍ଷମତା ଦେଖାଇବାକୁ ଯାଇ ଯଦି ଜଣେ ସରପଞ୍ଚ ସର୍ବସାଧାରଣ ସ୍ଥାନରେ ମାଡ ଖାଆନ୍ତି ଓ ଘଟଣାର ୨୪ଘଣ୍ଟା ପରେବି ଅଭିଯୁକ୍ତକୁ ଗିରଫ କରାଯାଉନି ତେବେ ସେମାନେ କି ଜିଲ୍ଲାପାଳ ବୋଲି ସରପଞ୍ଚ ପ୍ରଶ୍ନ କରିଛନ୍ତି । ସଙ୍ଗରୋଧ କେନ୍ଦ୍ରର ଚାରିପଟେ ୧୪୪ଧାରା ଜାରି କରାଯାଇଥିବା ସରକାର ଘୋଷଣା କରୁଥିବାବେଳେ ଜଣେ ବାହାର ଯୁବକ ସଙ୍ଗରୋଧ କେନ୍ଦ୍ର ଭିତରକୁ ଯିବା କେତେଦୁର ଆଇନି ସଙ୍ଗତ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହିତ ଏ ସମ୍ପର୍କରେ ସେ ବିଡିଓ, ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ।

1 COMMENT

  1. EBE SARAPANCH MAHODAYANKU UPARE CHAPA PAKAJAUCHHI CASE KU CLOSE KARAJIBA PAIN. EHAR UPAJUKTA TADANTA NAHOI CASE CLOSE KARAGALE BHABISYATARE EHA JANA SADHARANKU MAHANGA PADIBA BOLI SADHARANARE CHARCHA HEUCHHI.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.