Home କେନ୍ଦୁଝର ପୁର୍ବତନ ଶିକ୍ଷକ ଚତୁର୍ଭୁଜ ସ୍ୱାଇଁଙ୍କ ପରଲୋକ

ପୁର୍ବତନ ଶିକ୍ଷକ ଚତୁର୍ଭୁଜ ସ୍ୱାଇଁଙ୍କ ପରଲୋକ

109

ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ପୁର୍ବତନ ଶିକ୍ଷକ ତଥା ଗାଁ ମୁରବୀ ଭାବେ କାର୍ଯ୍ୟକରୁଥିବା ଚତୁର୍ଭୁଜ ସ୍ୱାଇଁଙ୍କ ୮୯ବର୍ଷ ବୟସରେ ଆଜି ଦିନ ୧୦ଟାବେଳେ ପରଲୋକ ହୋଇଯାଇଛି । ସେ ନସିରିପୁର, ଓରାଳି, ଓ ବଞ୍ଚୋ ମା ବରାହୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷକତା କରି ୧୯୮୯ମସିହାରେ ଚାକିରିରୁ ଅବସର ନେଇଥିଲେ । ପରେ ସେ ଶାସଙ୍ଗ ଗ୍ରାମର ଅନେକ ଅନୁଷ୍ଠାନ ସହିତ ଜଡିତ ହୋଇ ପଡିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ତଥା ଘଟଗାଁ ବ୍ଲକର ଏବିଇଓ ତପୋଧନ ସ୍ୱାଇଁ, ଅନ୍ୟତମ ପୁଅ ଶିକ୍ଷକ ସଞ୍ଜୟ କୁମାରେ ସ୍ୱାଇଁ, ସଞ୍ଜିବ କୁମାର ସ୍ୱାଇଁ, ବୋହୁ ତପସ୍ୱିନୀ ସାମଲ, ଜୟଶ୍ରୀ ରାଉତ, ମନ୍ମୟୀ ସ୍ୱାଇଁ, ଝିଅ ମଞ୍ଜୁଲତା ବେହେରା, ସାବିତ୍ରୀ ବେହେରା, ନାତି ପଙ୍କଜ କୁମାର ସ୍ୱାଇଁ, ମନୋଜ କୁମାର ସ୍ୱାଇଁ, ସରୋଜ କୁମାର ସ୍ୱାଇଁ, ବନୋଜ କୁମାର ସ୍ୱାଇଁ, ବାରିଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ôଥିତ ଥିଲେ । ପରଲୋକ ଖବରପାଇ ସରପଞ୍ଚ ବିମ୍ବାଧର ବିଶ୍ୱାଳ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ବିନୟ କୁମାର ନାୟକ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ମୋହନ ଚରଣ ପାଢ଼ି, ଆନନ୍ଦ ଚନ୍ଦ୍ର ଆୟଚ, ବାଳକୃଷ୍ଣ ସ୍ୱାଇଁ, ପ୍ରାଣବଲ୍ଲବ ବିଶ୍ୱାଳ, ଖଗେଶ୍ୱର ବାରିକ, ଚକ୍ରଧର ସାହୁ, ରାମଚନ୍ଦ୍ର ବେହେରା, ରଘୁନାଥ ବେହେରା, ସୁରେନ୍ଦ୍ର କୁମାର ପରିଡା, ଅମୁଲ୍ୟ ହାତୀ, ମନମୋହନ ସାମଲ, ପଦ୍ମନାଭ ସାମଲ, ମନୋରଞ୍ଜନ ସାମଲ, ସ୍ୱାତିଶ ସାମଲ, ସୌରଭ ପରିଡା, ବିଶ୍ୱଭୁଷଣ ସାମଲ, ଅଭିମନ୍ୟୁ ସେଠୀ, ସତ୍ୟାନନ୍ଦ ଜେନା, ବିକଳ ଜେନା, ପୁର୍ଣ୍ଣଚନ୍ଦ୍ର ଜେନା, ବୁଦ୍ଧଦେବ ଜେନା,ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ତାଙ୍କ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.