Home କେନ୍ଦୁଝର ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୮ ଆକ୍ରାନ୍ତ

ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୮ ଆକ୍ରାନ୍ତ

228

ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି ଅମାନିଆ ମାନେ ମାନୁ ନାହାନ୍ତି । ରାଜ୍ୟ ସରକାରଙ୍କ କଟକଣା ଓ ଜନସଚେତନତା ଏଠାରେ କାମ କରୁନି । ପରିବା ପତ୍ର କିଣା ବାହାନାରେ ଛକ ବଜାର ମାନଙ୍କରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଫଳରେ ଏହା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଉଛି । ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ୧୮ଜଣ ୍ରଆକ୍ରାନ୍ତ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଗତକାଲି ହାଟଡିହି ପଞ୍ଚାୟତରେ ୨ଜଣ, ସମଣା ପଞ୍ଚାୟତରେ ଜଣେ, ଅକରୁଆ ପଞ୍ଚାୟତରେ ୨ଜଣ, କଳିଗାଁ ପଞ୍ଚାୟତରେ ଜଣେ, ଗେଡମା ପଞ୍ଚାୟତରେ ଜଣେ, ବାଲିବରେଇ ପଞ୍ଚାୟତରେ ଜଣେ, ଶାସଙ୍ଗ ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ ୩ ଜଣ, ମରୈଗାଁ ପଞ୍ଚାୟତରେ ୨ଜଣ, ବଡରମ୍ପାସ ପଞ୍ଚାୟତରେ ଜଣେ ଓ ଓରାଳି ପଞ୍ଚାୟତରେ ୩ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ରେ ପହଞ୍ଚିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ବାରିଗାଁ ଠାରେ କ୍ୟାମ୍ପ କରାଯାଇ ୧୨୮ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.