Home କେନ୍ଦୁଝର ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

53

ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ଅଣତିରା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଗ୍ରାମର ଅନାଦି ବେହେରାଙ୍କ ପୁଅ ପ୍ରୀୟବ୍ରତ ବେହେରା ଆମ୍ବୋ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲା । ପରିବାର ଲୋକଙ୍କ କହିବାନୁଯାଇ ସେ ପୁର୍ବରୁ ଗ୍ୟାସ ଓ ପେଟ ରୋଗରେ ପିଡିତ ଥିଲା । ଗତକାଲି ହଠାତ ସେ ଅସୁସ୍ଥ ହୋଇପଡିବା ସହିତ ପାଟି ଓ ନାକରୁ ରକ୍ତଶ୍ରାବ ହୋଇଥିଲା । ପରିବାର ଲୋକେ ତୁରନ୍ତ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରୁ ଖବରପାଇ ନନ୍ଦିପଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.