Home କେନ୍ଦୁଝର ପୁର୍ବତନ ବିଇଓଙ୍କୁ ଅବସର ସମ୍ବର୍ଦ୍ଧନା ଉତ୍ସବ-ସମାଜକୁ ଦିଗଦର୍ଶନ ଦେବାରେ ଶିକ୍ଷକ ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ

ପୁର୍ବତନ ବିଇଓଙ୍କୁ ଅବସର ସମ୍ବର୍ଦ୍ଧନା ଉତ୍ସବ-ସମାଜକୁ ଦିଗଦର୍ଶନ ଦେବାରେ ଶିକ୍ଷକ ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ

49

ହାଟଡ଼ିହି, ୫ / ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସମାଜକୁ ଦିଗଦର୍ଶନ ଦେବାରେ ଶିକ୍ଷକ ମାନଙ୍କ ଭୁମିକା ସବୁଠୁ ଗୁରୁତ୍ୱପୁର୍ଣ୍ଣ । ଶିକ୍ଷକମାନେ ଚାହିଁଁଲେ ଆଜିର କଳୁଶିତ ସମାଜକୁ ସୁଧାରିବାରେ ସକ୍ଷମ ହୋଇ ପାରିବେ, କୌଣସି ପଦ ପଦବୀ ପାଇଁ ଲାଳାୟିତ ନହୋଇ ଛାତ୍ରଛାତ୍ରୀ ମାନଙ୍କୁ ମୁଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ କରିବା ଦିଗରେ ଶିକ୍ଷକମାନେ ବ୍ରତୀ ହେବା ଆବଶ୍ୟକ ବୋଲି ପୁର୍ବତନ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମତବ୍ୟକ୍ତ କରିଛନ୍ତି । ଶାସଙ୍ଗ ହାଇସ୍କୁଲ ଠାରେ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣ ଚନ୍ଦ୍ର ସେଠୀ, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବେ ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଏବିଇଓ ଧନେଶ୍ୱର ଖଣ୍ଡେଇ, ବି.ଆର.ସି.ସି ସୁରେଶ କୁମାର ଜେନା, ଏବିଇଓ ମଞ୍ଜୁଲତା ରାଉତ, ପୁର୍ବତନ ଏବିଇଓ ବିନୋଦ କୁମାର ରାଉତ ପ୍ରମୁଖ ଯୋଗଦେଇ ପବିତ୍ର ଗୁରୁଦିବସ ସମ୍ପର୍କରେ ଆଲୋକପାତ କରିବା ସହିତ ବିଦାୟୀ ବିଇଓ ସୁରଥ କୁମାର ସାହୁଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସୁରଥ କୁମାର ସାହୁ ୧୯୮୨ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ପ୍ରଥମେ ଶିକ୍ଷା ଅନୁନିରୀକ୍ଷକ, ପରେ ଏବିଇଓ ଏବେ ହାଟଡିହି ବ୍ଲକରୁ ବିିଓ ଭାବେ ଅବସର ଗ୍ରହଣ କରିଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଓ ଶିକ୍ଷା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ରାଉତ ସ୍ୱାଗତ ଭାଷଣ ଓ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ଓ ବିଭିନ୍ନ ସ୍କୁଲ ପକ୍ଷରୁ ବିଦାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ନବ କିଶୋର ବିଶ୍ୱାଳ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, ଭଗବାନ ନାୟକ, ମିହିର କୁମାର ପଣ୍ଡା, ସୁରେନ୍ଦ୍ର କୁମାର ସା, ପ୍ରଭାକର ବେହେରା, ଦେବାଶିଷ ବାରିକ, ଶ୍ରୀକାନ୍ତ ସେଠୀ, ବିଦ୍ୟାଧର ତରେଇ, ରାଜକିଶୋର ସ୍ୱାଇଁ, ସୁରେନ୍ଦ୍ର ନାୟକ, ଜିତେନ୍ଦ୍ର ବେହେରା, ସୁଶାନ୍ତ କୁମାର ଜେନା, କ୍ଷେତ୍ରବାସୀ ମିଶ୍ର, ଅକ୍ଷୟ ଖଟୁଆ, ପ୍ରଦୀପ ଦେହୁରୀ, ବିଷ୍ଣୁପ୍ରସାଦ ଦାଶ, ବିଷ୍ଣୁ ପ୍ରସାଦ ସାହୁ, ଦେବେନ୍ଦ୍ର ସା, ସୁମନ୍ତ ନାୟକ, ନବଘନ ନାୟକ, ଗୌରାଙ୍ଗ ନାୟକ, ମୃତ୍ୟୁଞ୍ଜୟ ନନ୍ଦ, ଅଞ୍ଜନ ଦାସ, ନିଳିନୀ ମହାନ୍ତି, ବାଳକୃଷ୍ଣ ଦାସ, ରବିନାରାୟଣ ଦାସ ମହାପାତ୍ର, କ୍ଷୀରୋଦ କୁମାର ବ୍ରହ୍ମ, ହେମନ୍ତ କୁମାର ସାମଲ, ଶ୍ରୀକାନ୍ତ ସ୍ୱାଇଁ, ଲଳିତ କୁମାର ବିଶ୍ୱାଳ, ଅକ୍ଷୟ କୁମାର ନନ୍ଦ, ଅଜୟ ଜେନା, ଶତୃଘ୍ନ ସାହୁ, ଆକାଶ କୁମାର ସାହୁ, ଶ୍ରୀନିବାସ ବାରିକ, ଖେଲୁନ ମହମଦ, ସୁଶ୍ରୀ ସଂଗୀତା ବେହେରା, ହାସ୍ୟମୟୀ ରାଜ, ପ୍ରସନ୍ନ ମହାନ୍ତି, ଆଲୋକ କୁମାର ସାହୁ, ମମତା ମଞ୍ଜରୀ ରାଉତ, ନାରାୟଣ ସାହୁ, ଅଭିମନ୍ୟୁ ବେହେରା, ପ୍ରମୋଦ କୁମାର ରଣା, ମୋହନ ମହାନ୍ତି, ଅନିରୁଦ୍ଧ ସେଠୀ, ମୃତ୍ୟୁଞ୍ଜୟ ପଲେଇ, ପୁଷ୍ପାଞ୍ଜଳୀ ଖୁଣ୍ଟିଆ, ପୁଷ୍ପିତା ନାୟକ, ସୁଧାଶୁଂ ଶେଖର ବିଶ୍ୱାଳ, ରାଜେଶ କୁମାର ପଣ୍ଡାଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.