Home କେନ୍ଦୁଝର ମରୈଗାଁରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

ମରୈଗାଁରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

114

ହାଟଡ଼ିହି, ୫ / ୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ମରୈଗାଁ ଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମରୈଗାଁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟବକ୍ତା ଭାବେ ବିଡିଓ ବିନିତା ବିଜୟିନୀ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭାପତି ପର୍ଶୁରାମ ପେଡା ପ୍ରମୁଖ ଯୋଗଦେଇ ଗୁରୁପୂଜାର ପରମ୍ପରା ସମ୍ପର୍କରେ ଆଲୋକପାତ କରିବା ସହିତ ଅବସରପ୍ରାପ୍ତ ଶିକ୍ଷକ ଧିରେନ କୁମାର ପୃଷ୍ଟି, ନନ୍ଦ କିଶୋର ସ୍ୱାଇଁ, ନାରାୟଣ ଚନ୍ଦ୍ର ପାତ୍ର, ପ୍ରଫୁଲ କୁମାର ପରିଡା, ମାଗୁଣି ଚରଣ ପଣ୍ଡା, ଉଦୟନାଥ ପଣ୍ଡା, ଅକ୍ଷୟ କୁମାର ଜେନା, ତୈଲୋକ୍ୟନାଥ ଜେନା, ରମେଶ ଚନ୍ଦ୍ର ମହାନ୍ତି, ବିଦ୍ୟାଧର ପୁହାଣ, ହାଡିବନ୍ଧୁ ମଲ୍ଲିକ, କାଙ୍ଗାଳି ଚରଣ ଜେନା, ହୃଷିକେଶ ସେଠୀଙ୍କ ସମେତ ଅନେକ ପୁରାତନ ଶିକ୍ଷକଙ୍କୁ ପୂଜାର୍ଚ୍ଚନା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ନାରାୟଣ ଚେନ୍ଦ୍ର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଧୁଶାସନ ସାହୁ, ରତ୍ନାକର ଜେନା, ପ୍ରଭଞ୍ଜନ ଦାଶ, ଶରତ କୁମାର ସେଠୀ, ନିର୍ମଳ ବାରିକ, ବୁଦ୍ଧଦେବ ସାହୁ, ନିର୍ମଳ ମଲ୍ଲିକ, କିର୍ତ୍ତନ ବିହାରୀ ଭୋଳ, ଶଶି ଶେଖର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.