Home Top News ଷ୍ଟାଫ ସିଲେକସନ କମିଶନ ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର...

ଷ୍ଟାଫ ସିଲେକସନ କମିଶନ ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର ଦାବିରେ ସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବ

68

ଭୁବନେଶ୍ୱର ୫.୯ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଷ୍ଟାଫସିଲେକସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର ଦାବିରେ ସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବ। ପ୍ରଦେଶ ଛାତ୍ର କଂଗ୍ରେସ ଷ୍ଟାଫସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଭୁବନେଶ୍ୱର ସ୍ଥିତ ଷ୍ଟାଫସିଲେକସନ କମିଶନ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଭିନ୍ନ ଜିଲ୍ଳାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରିସାରିଛି।

ନବୀନ ସରକାର ୨୧ ବର୍ଷ ଧରି ଏ ରାଜ୍ୟର ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି। ଷ୍ଟାଫସିଲେକସନ ଦୁର୍ନୀତି ରେ ଜଣେ ସାଧାରଣ କିରାଣୀକୁ ବହିସ୍କାର କରି ଏବଂ ତାର ସମ୍ପତିର ଭିଜିଲାନ୍ସ ତଦନ୍ତ କରାଇ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି। ଏ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅପଚେଷ୍ଟା କରୁଛନ୍ତି। ଏ ମହାଦୁର୍ନୀତି କ’ଣ ଜଣେ କିରାଣୀ ଦ୍ୱାରା ସମ୍ଭବ କି? ଷ୍ଟାଫସିଲେକସନ କମିଶନ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଅଧୀନ। ଏଣୁ ଏହାକୁ ଚପାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି। ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କୁ ଘଂଟ ଘୋଡାଉଛନ୍ତି। ୨୧ ବର୍ଷ ଭିତରେ ନବୀନ ସରକାର ୯୦ ପ୍ରତିଶତ ଚାକିରୀ ବିକ୍ରି କରିଦେଇଛନ୍ତି। କହିଥିଲେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ମାତ୍ର ଚାକିରୀ ଦେବାତ ଦୁରର କଥା ସରକାରୀ ଚାକିରୀ ହାଟରେ ଟେଣ୍ଡର ହେଉଛି। ଛାତ୍ରଛାତ୍ରୀ ବହୁ ପରିଶ୍ରମ କରି, ଅର୍ଥବ୍ୟୟ କରି ପାଠପଢ଼ୁଛନ୍ତି ଚାକିରୀ କରିବା ଆଶାରେ ମାତ୍ର ପରୀକ୍ଷା ପୂର୍ବରୁ ନବୀନ ସରକାର ଚାକିରୀ ବିକିଦେବା ଏ ରାଜ୍ୟର ଛାତ୍ର ସମାଜ ପ୍ରତି ପ୍ରତାରଣା ଏବଂ ବେଇମାନୀ। ଷ୍ଟାଫସିଲେକସନ ଅଧ୍ୟକ୍ଷ ଏବଂ ସମସ୍ତ ସଭ୍ୟଙ୍କୁ ତଦନ୍ତ ପରିସରକୁ ଆଣିବା ସହ ୨୧ ବର୍ଷ ଭିତରେ ଯେଉଁମାନେ ଦାୟୀତ୍ୱରେ ଥିଲେ ସେମାନଙ୍କର ବି ତଦନ୍ତ କରାଯାଉ। ଆଉ ନବୀନ ସରକାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଅପହରଣ ନକରନ୍ତୁ। ସରକାରୀ ଚାକିରୀ ନିଲାମ ନିଲାମ ନକରନ୍ତୁ। ଚାକିରୀର ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ମିଳୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଭାଗର ଦୁର୍ନୀତିକୁ ସ୍ୱୀକାର କରନ୍ତୁ।

ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଜି ବିପର୍ଯ୍ୟସ୍ତ। ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଆଇନ ମନ୍ତ୍ରୀ ଏବଂ ମାହାଙ୍ଗା ବିଧାୟକଙ୍କ ଅପରାଧକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଉଛନ୍ତି। ରାଜନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏଫଆଇଆରରେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ନେଇ ତାଙ୍କ ନାମ ଲେଖିଥିଲେ। ମାତ୍ର ଅଭିଯୋଗ ହେଉଛି ମାହାଙ୍ଗା ଥାନା ତୃତୀୟ ମହଲାର ନିର୍ଦ୍ଦେଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଚାର୍ଜସିଟ୍‌ରୁ ବାଦ ଦେଇଛନ୍ତି। ମାନ୍ୟବର ଔଙ୍କୟସମସବକ୍ଷ ଗବଶସଗ୍ଦଗ୍ଧକ୍ସବଗ୍ଧର ୠସକ୍ସଗ୍ଦଗ୍ଧ ଉକ୍ଷବଗ୍ଦଗ୍ଦ ଝବକ୍ଷରକ୍ଟ୍ରଙ୍କକ୍ସ କୋର୍ଟ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଏବଂ ରମାକାନ୍ତ ବରାଳଙ୍କ ଆବେଦନକୁ ବିଚାରକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଉ ଘଂଟ ଘୋଡ଼ାନ୍ତୁ ନାହିଁ। ପୋଲିସ୍‌କୁ ପ୍ରମାଣ ଲୁଚାଇବା ପାଇଁ ଚାପ ପ୍ରୟୋଗ କରନ୍ତୁ ନାହିଁ। ସୁତରାଂ ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିସ୍କାର ଏବଂ ଗିରଫ ଦାବି କରୁଛି। ଶ୍ରୀ ଜେନା ଜଣେ ଅପରାଧି ହୋଇଥିବାରୁ ମନ୍ତ୍ରୀ ପଦରେ ରହିବା ଅଧିକାର ତାଙ୍କର ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ବାବୁ ଜେନା, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଭାଗ୍ୟଶ୍ରୀ ମହାନ୍ତି, କାର୍ତିକ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.