Home କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

35

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀଙ୍କ ୫୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ଗତ ମଙ୍ଗଳବାର ରାତିରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ଷଡଙ୍ଗୀଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇପୁଅ ଅମରେନ୍ଦ୍ର ଓ ଅଭିଷେକଙ୍କ ସମେତ ପରିବାରଲୋକେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଡାକ୍ତରଖାନାରୁ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ ଓଷ୍ଟାର ରାଜ୍ୟ ନେତା ପ୍ରଣବ କୁମାର ଜେନା, ଜିଲ୍ଲା ନେତା ନାରାୟଣ ପଣ୍ଡା, ଅକ୍ଷୟ ନନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ ଓ ଅଧୂନା ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ଗ୍ରାମ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ୱ ହୋଇଥିବା ବେଳେ ପୁତ୍ର ଅଭିଷେକ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.