Home କେନ୍ଦ୍ରାପଡ଼ା କେନ୍ଦାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପରିବେଶ ସଚେତନତା ଶିବିର

କେନ୍ଦାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପରିବେଶ ସଚେତନତା ଶିବିର

18

କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଭାବରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ କଲେଜ ପରିସରରେ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଶୁଭଉଦଘାଟନ କରିଥିଲେ। ପରେ ଶୋଭାଯାତ୍ରା ସ୍ଥାନୀୟ କଜଳା ଗ୍ରାମ ପରିକ୍ରମା କରି ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲିଚିଂ ସିଚଂନ କରିବା ସହ ମାସ୍କ ଓ ସାନିଟାଇଜର ବଂଟନ ସହ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ନମିତା ପାତ୍ର ଶୋଭାଯାତ୍ରାର ପରିଚାଳନା କରିଥିଲେ। ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାୟା ପ୍ରସନ୍ନ ତ୍ରିପାଠୀ, ଡଃ. ଗୈାତ୍ତମ ଚରଣ ଦାସ, ମୋନାଲିସା ସିଂ, ହିମାଂଶୁ ଶେଖର ମହାପାତ୍ର, କାନନ ବିହାରୀ ସାହୁଙ୍କ ସମେତ ବିଭାଗର କର୍ମଚାରୀ ଏବଂ +୩ ସମ୍ମାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.