Home କେନ୍ଦ୍ରାପଡ଼ା ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ

ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପାଳିତ

30

କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ପ୍ରଖର ରାଷ୍ଟ୍ରବାଦୀ, ଚିନ୍ତାନାୟକ, ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ସହରର ଖଡିଅଙ୍ଗଛକରେ ନଗର ଯୁବମୋର୍ଚ୍ଚା ସଭାପତି ସନ୍ଦିପନୀ ଆର୍ଯ୍ୟକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ସ୍ୱର୍ଗତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରଣିତ ଏକାତ୍ମ ମାନବବାଦ ଏକ ବିକଶିତ ରାଷ୍ଟ୍ରର ମୂଳଦୁଆ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ସିଂ, ହରି ପ୍ରସାଦ ସିଂ, ଉପସଭାପତି ଭବାନିଶଙ୍କର ମହାନ୍ତି, ଆଦି ଦାସ, ଶୁକାନ୍ତ ବେହେରା, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ନିଳକଣ୍ଠ ସ୍ୱାଇଁ ଓ ଦେବେନ୍ଦ୍ର ଜେନାଙ୍କ ସହ ବହୁ ଯୁବମୋର୍ଚ୍ଚାର କର୍ମୀ ସାମିଲ ହୋଇ ସ୍ୱର୍ଗତ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.