Home ଜିଲ୍ଲା ପରିକ୍ରମା ପୁରୁଷଣ୍ଢ ସେବା ସମବାୟ ସମିତି ସଂପାଦକକୁ ନିଲମ୍ବନରେ ତୁତୁ ମେଁମେଁ, କ୍ଷତିରେ ଚାଲିଛି ସମବାୟ ସମିତି,...

ପୁରୁଷଣ୍ଢ ସେବା ସମବାୟ ସମିତି ସଂପାଦକକୁ ନିଲମ୍ବନରେ ତୁତୁ ମେଁମେଁ, କ୍ଷତିରେ ଚାଲିଛି ସମବାୟ ସମିତି, ଚିନ୍ତାରେ ଚାଷୀ

54

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ପୁରୁଷଣ୍ଡ ସେବା ସମବାୟ ସମିତିର ସଂପାଦକ ଶୁଭେନ୍ଦୁ ପ୍ରଧାନଙ୍କୁ ନିଲମ୍ବିତ କରିବା ପାଇଁ ପରିଚାଳନା କମିଟିର ମସୁଧା ଏବେ ପଦାରେ ପଡିଛି । ପରିଚାଳନା କମିଟିର ଜଣେ ସଦସ୍ୟ ରବିନ୍ଦ୍ର ପଣ୍ଡା ଏନେଇ ଏକ ପ୍ରେସ ବିବୃତ୍ତି ଦେଇ କହିଛନ୍ତି ପରିଚାଳନା କମିଟିର କିଛି ସଦସ୍ୟ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏଭଳି କାଣ୍ଡ ଭିଆଉଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ପରିଚାଳନା କମିଟିର ସଭାପତି ଓ ସଂପାଦକଙ୍କ ମଧ୍ୟରେ ଦୀର୍ଘ ୩ ବର୍ଷ ଧରି ତିକ୍ତତା ଲାଗି ରହିଥିଲା । ଆସନ୍ତା ଜୁଲାଇ ୨ ତାରିଖରେ ପରିଚାଳନା କମିଟିର କାର୍ଯ୍ୟକାଳ ସରୁଥିବାରୁ ଏହା ପୂର୍ବରୁ ସଭାପତି ସଂପାଦକଙ୍କୁ ନିଲମ୍ବନ କରିବାକୁ ଚାହୁଁଛନ୍ତି । ଏ ନେଇ ସଭାପତି ଜୁନ ୧୮ ତାରିଖରେ ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତହୌିଁପରଦିନ ଅର୍ଥାତ ୧୯ ତାରିଖରେ ଉକ୍ତ ନୋଟିସର ଉତ୍ତରରେ କମିଟି ସନ୍ତୁଷ୍ଟ ନଥିବା କୁହାଯାଉଛି । ସେପଟେ ସଂପାଦକ୨୧ ତାରିଖ ଠାରୁ କୋଭିଡରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିବାବେଳେ କମିଟିର ସଭାବହି ଘର ଘର ବୁଲାଇ ସଭାପତି ଦସ୍ତଖତ କରାଉଥିବା ସଭ୍ୟ ରିବନ୍ଦ୍ର ପଣ୍ଡା କହିଛନ୍ତି । ଏପରିକି ବୋର୍ଡ କାର୍ଯ୍ୟକାଳ ସରିବାର ଶେଷ ମାସରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନ ନେବାକୁ କୋଅପରେଟିଭ ମାନୁଆଲରେ ଲିପିବଦ୍ଧଥିବାବେଳେ ଏହା ଆଇନ ବିରୁଦ୍ଧ ବୋଲି କହିଛନ୍ତି ।

୨୩ ତାରିଖ ଦିନ ହୋଇଥିବା ବୈଠକରେ ମାତ୍ର ୪ ଜଣ ସଭ୍ୟ ଉପସ୍ଥିତଥିବାରୁ ଏହି ପୃଷ୍ଠାରେ ଦସ୍ତଖତ କରାଇବାକୁ ନିଜେ ସଭାପତି ଘର ଘର ବୁଲୁଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ପଣ୍ଡା । ଏପରିକି ପଣ୍ଡା ନିଜେ ସେହି ବିବରଣୀ ବହିରେ ୨୪ ତାରିଖରେ ଦସ୍ତଖତ କରିଥିବା କହିଛନ୍ତି । ତେବେ୨୩ତାରିଖ ବିବରଣୀରେ ୨୪ତାରିଖ ପକାଇ ଦସ୍ତଖତ କରିବା ପରେ ଏହା ପଛରେ ବଡ଼ କିଛି ଘୋଟାଲା ଥିବାର ଅନୁମାନ କରାଯାଉଛି । ପଣ୍ଡାଙ୍କ କହିବାକଥା ହେଲା ଯଦି ସଂପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା ତେବେ ଗତ ଚାରିବର୍ଷ ଭିତରେ କାହିଁକି ଏ ଦିଗରେ ନିଷ୍ପତି ନିଆଗଲା ନାହିଁ । ଏବେ ବେଆଇନଭାବେ ଏଭଳି ନିଷ୍ପତିକୁ ବରିଷ୍ଠ ସଭ୍ୟ ଶ୍ରୀ ପଣ୍ଡା ଘୋର ନିନ୍ଦା କରୁଥିବା ପ୍ରେସ ବିବୃତିରେ କହିଛନ୍ତି । ଅନ୍ୟପକ୍ଷେ ସମିତିର ସଭାପତି ନାରାୟଣ ଚନ୍ଦ୍ର ଉଦଗାତାଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି, ସମିତିର ସମ୍ପାଦକ ଆର୍ଥିକ ଅନିୟମିତତା ତଥା ପରିଚାଳନାଗତ କାର୍ଯ୍ୟରେ ସମିତିର ପ୍ରଭୂତ କ୍ଷତି ଘଟାଇଛନ୍ତି । ତାଙ୍କ ବିରୁଦ୍ଧରେ ସମିତି କାର୍ଯ୍ୟନୁଷ୍ଠାନ ପ୍ରକ୍ରୀୟା ୨୦୧୮ ମସିହାରୁ ଆରମ୍ଭ କରିଛି । ବିଭିନ୍ନ ଅନିୟମିତତା ନିମନ୍ତେ ୨ଥର କାରଣ ଦର୍ଶାଅ ନୋଟିସ ଜାରୀ କରିବା ପରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତାଙ୍କୁ ଶେଷରେ ବାଧ୍ୟହୋଇ ନିଲମ୍ବନ କରାଯାଇଛି । ସଂପୃକ୍ତ ପରିଚାଳନା କମିଟିର ଜନୈକ ସଦସ୍ୟ ଦେଇଥିବା ବିବୃତ୍ତି ସଂମ୍ପୂର୍ଣ୍ଣ ଭିତ୍ତିହୀନ, କାରଣ ସେ ମଧ୍ୟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରୀୟାରେ ସାମିଲ ଥିଲେ । ତାଙ୍କ ସ୍ୱାର୍ଥରେ ବାଧା ଉପୁଜିବାରୁ ସେ ସମିତିର କ୍ଷତି କରିବାକୁ ଆଗେଇ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.