Home ଜିଲ୍ଲା ପରିକ୍ରମା କେନାଲ ରାସ୍ତା ମରାମତି ଦାବି; ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

କେନାଲ ରାସ୍ତା ମରାମତି ଦାବି; ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

24

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ହାଇଲେବୁଲ କେନାଲ ରେଞ୍ଜ-୩ର ତାଳପଦା ଠାରୁ ଆରମ୍ଭ ହୋଇଥିବା ତିନି ନଂ ଡିଷ୍ଟ୍ରିବ୍ୟୁଟାରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଆଜି ଜଳସମ୍ପଦ ବିଭାଜନ ଯାଜପୁର କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି । ସରସଦା ସରପଞ୍ଚ ମଣିକାଞ୍ଚନ ସେନାପତି, ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ଗିରିଶ ସାମଲ, ନିର୍ମଳ କର, ଅଜୟ ରାଉତ, ଅମୂଲ୍ୟ ରାଉତ, ନିରଞ୍ଜନ ପୁହାଣ, ସତ୍ୟଜିତ ରାଉତ ପ୍ରମୁଖ ଯନ୍ତ୍ରୀ ଶ୍ରୀ ସାମଲଙ୍କୁ ରାସ୍ତାର ଦୂରାବସ୍ଥା ଓ ପୁନଃନିର୍ମାଣ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାଥମିକ ଭାବେ ମରାମତ କରାଯାଇ ଏହାର ସ୍ଥାୟୀ ନିର୍ମାଣ କରାଯିବ ବୋଲି ିଂ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.