Home ଜିଲ୍ଲା ପରିକ୍ରମା ନମସ୍କାର ପକ୍ଷରୁ ଅକ୍ସିଜେନ ନିବଦ୍ଧତା ଯନ୍ତ୍ର ପ୍ରଦାନ

ନମସ୍କାର ପକ୍ଷରୁ ଅକ୍ସିଜେନ ନିବଦ୍ଧତା ଯନ୍ତ୍ର ପ୍ରଦାନ

32
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମାହମାରୀ ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ଟିକାକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପରୀକ୍ଷଣ ଓ ଟିକାକରଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସଂକ୍ରମିତ ରୋଗୀଙ୍କ ଫୁସଫୁସ ଉପରେ କରୋନା ଗଭୀର ପ୍ରଭାବ ପକାଉଛି । ତେଣୁ ଚିକିତ୍ସା କ୍ଷେତ୍ରରେ ଅକ୍ସିଜେନ ର ଆବଶ୍ୟକତା ରହୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ରାଷ୍ଟ୍ରୀୟ ପ୍ରବାସି ଓଡ଼ିଆ ପରିବାର ଏବଂ ଆର୍ଟ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ଭଦ୍ରକର ଅଗ୍ରଣୀ ସମାଜିକ ସଙ୍ଗଠନ ନମସ୍କାର ତରଫରୁ ୨ ଗୋଟି ଅମ୍ଳଯାନ ନିବଦ୍ଧତା ଯନ୍ତ୍ର ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ଆଜି ଯୋଗାଇ ଦିଆଯାଇଛି । ଦିଲ୍ଲୀରୁ ଆସିଥିବା ଏହି ଯନ୍ତ୍ରାଂଶକୁ ଭଦ୍ରକ ନମସ୍କାର ସଙ୍ଗଠନର ସଭାପତି ଗୌରାଙ୍ଗ ଚରଣ ବାରିକ, ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଅମୀୟ ମହାପାତ୍ର, ମିଡ଼ିଆ ସଂଯୋଜକ ନରେନ୍ଦ୍ର ସାମଲ, ସହ-ସଂଯୋଜକ ହେମନ୍ତ ସିଂହ, ସହାୟିକା ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ଷ୍ଟୋର କିପର ବିରେନ୍ଦ୍ର କୁମାର ମହାନ୍ତି ଓ ରଜତ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ । ପ୍ରକାଶଥାଉକି, ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତ୍ତିଭୂମି ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.