Home ଜିଲ୍ଲା ପରିକ୍ରମା ‘ପୁରୁଣାବଜାର ଡେଭଲପ୍‌ମେଣ୍ଟ ଫୋରମ’ଙ୍କ ଜରୁରୀ ବୈଠକ – ପୁରୁଣାବଜାର ମୌଳକ ସମସ୍ୟାର ବିକାଶ ବହୁ ଦୂରରେ

‘ପୁରୁଣାବଜାର ଡେଭଲପ୍‌ମେଣ୍ଟ ଫୋରମ’ଙ୍କ ଜରୁରୀ ବୈଠକ – ପୁରୁଣାବଜାର ମୌଳକ ସମସ୍ୟାର ବିକାଶ ବହୁ ଦୂରରେ

49

ଭଦ୍ରକ, ୨୩ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ପୁରୁଣାବଜାରର ଅଲାଲପୁର ସ୍ଥିତ ରୟାଲ ପେଲେସରେ ସନ୍ଧ୍ୟା ୭ ଘଟିକା ସମୟରେ ପୁରୁଣାବଜାର ଡେଭଲପମେଣ୍ଟ ଫୋରମର ଏକ ଜରୁରୀ ସର୍ବଦଳୀୟ ପ୍ରଥମ ବୈଠକ ଶ୍ରୀଯୁକ୍ତ ସୁଧାକର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପୁରୁଣାବଜାର ଅଞ୍ଚଳର ସବୁ ବର୍ଗର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ପୁରୁଣାବଜାର ଅଞ୍ଚଳର ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଉକ୍ତ ବୈଠକରେ ଆଇନଜୀବୀ ହାଜି ଜୁଲଫୁକାର ଅଲି, ପରମାନନ୍ଦ ଦାସ, ଆଇନଜୀବୀ ତାହେର ମହମ୍ମଦ, ଅବଦୁଲ ମୁକିତ ଖାଁ, ନାସିର ବକ୍ସ, ବାବୁଲି ରାଉତ, ଅବଦୁଲ ରଫିକ ଖାଁ, ହାଜି ସବର ଅଲି, ରାଜନ ଲାହା, ହାଜୀ ମନାୱର ହୋସେନ ପ୍ରମୁଖଙ୍କ ବକ୍ତବ୍ୟରେ କହିଥିଳେ ଯେ ପୁରୁଣାବଜାର ରାସ୍ତାରେ ହଜାର ହଜାର ଯାତ୍ରୀ ସହ ସ୍କୁଲ/କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି। ଅଧାପନ୍ତରିଆ ରାସ୍ତା ଯୋଗୁଁ ଏଥିରେ ଖାଲଖମା ସୃଷ୍ଟି ହୋଇ ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ପୁରୁଣାବଜାର ଡାକ୍ତରଖାନାରେ କେହି ରେଗୁଲାର ଡାକ୍ତର ନାହାନ୍ତି, କିଛି ବଡ ଅସୁବିଧା ହେଲେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଉଛନ୍ତି। ରୋଗୀଙ୍କ ପାଇଁ କୌଣସି ସୁବିଧା ନାହିଁ। ଇଲେକ୍ଟ୍ରିକର ସମସ୍ୟା ନକହିଲେ ଭଲ, ସକାଳରୁ ରାତ୍ରୀ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଛି, ତା ସୀମା ନାହିଁ ଇଲେକ୍ଟ୍ରି କେତେବେଳେ ଆସିବ। ଶିକ୍ଷାର ସମସ୍ୟା ମଧ୍ୟ ଅନେକ ରହିଛି। ଆଜି ପର୍ଯ୍ୟନ୍ତ ପୁରୁଣାବଜାର ଏରିଆରେ କୌଣସି ଜାତୀୟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ହୋଇ ପାରିଲା ନାହିଁ ଏବଂ ପୁରୁଣାବଜାର ଏରିଆରେ ଭଲଭଲ ଖେଳାଳୀ ପଡିଆରେ ଖେଳୁଛନ୍ତି କିନ୍ତୁ ମହାବୀର ଷ୍ଟାଡିୟମ ତିଆରି ହୋଇ ପାରିଲା ନାହିଁ ଏବଂ ଏହି ଏରିଆରେ ସଦାବ୍ରତ ମଠ ରହିଛି ଓ ସ୍ୱାଧୀନତା ସଂଗ୍ରାମୀ ତଥା ଉପବାଚସ୍ପତି ମହମ୍ମଦ ହନିଫ୍ ବାବୁଙ୍କ ଜନ୍ମସ୍ଥାନ ରହିଛି ବୋଲି ଅନେକ ସମସ୍ୟା ବିକାଶ ଠାରୁ ବହୁ ଦୂରରେ ରହିଛି ବୋଲି ଉପସ୍ଥାପନା ହୋଇଥିଲା। ଏହି ବୈଠକରେ ସଂଗଠନର ୧୫ଜଣିଆ ସଦସ୍ୟର ଏକ କମିଟି ଗଠନ କରାଯାଇ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ସେକ୍ ସମଦାନୀଙ୍କୁ ଆବାହକ ପଦବୀରେ ନିର୍ବାଚିତ କରାଯାଇଛି ଏବଂ ଆସନ୍ତା ସପ୍ତାହ ଭିତରେ ଦ୍ୱିତୀୟ ବୈଠକ ଡକାଯିବ ବୋଲି ସିଦ୍ଧାନ୍ତ ହୋଇଥିଲା। ଏହି ବୈଠକରେ ଶେଖ ରିଆଜ, ନସିମ ଖାଁ, ରଜାଉଲ୍ଲା ଖାଁ, ମହେବୁବ ଖାଁ, ଗୋଲାମ ମହିଦ୍ଦିନ, ଶେଖ ହାସିବ, ଶେଖ ଅନୱର, ଶେଖ ସମିଉଲ୍ଲା, ଶେଖ ଜିକୁ, ମିର୍ଜା ଅତାଉଲ ରହେମାନ, ଅବଦୁଲ ଫରିଦ ଖାଁ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ଏହି ବୈଠକ ସଭାରେ ସେକ ରିଆଜୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.