Home ଜିଲ୍ଲା ପରିକ୍ରମା ପୁରୁଣାବଜାର ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦକରି ରାସ୍ତା ପ୍ରଶସ୍ତିକରଣ ଦାବୀ

ପୁରୁଣାବଜାର ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦକରି ରାସ୍ତା ପ୍ରଶସ୍ତିକରଣ ଦାବୀ

34

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଅଞ୍ଚଳର ସନ୍ଥିଆ ପୋଲଠାରୁ ନଙ୍ଗାମହଲା, ପାଟଣାସାହି, ସାନଶଙ୍କରପୁର. ପୁରୁଣାବଜାର ତିନିଛକ, କମଦବେଢ଼ା ଠାରୁ ମୁଲ୍ଲାସାହି, ଚନ୍ଦନବଜାର, ହେଲାସାହି, ପୁରୁଣାବଜାର, ବାଙ୍କାବଜାରଠାରୁ ସଙ୍ଗତ ପର୍ଯ୍ୟନ୍ତ ମୁଖ୍ୟରାସ୍ତା। ଯେଉଁ ରାସ୍ତାରେ ଭଦ୍ରକ ପୌରପାଳିକାର ପ୍ରାୟ ୬୦ ହଜାର ଲୋକଙ୍କ ସମେତ ଗୁଜିଦରଡ଼ା ପଞ୍ଚାୟତ, ଖଣ୍ଡତଡ଼ା ପଞ୍ଚାୟତ, ବେନ୍ତାଳ ପଞ୍ଚାୟତ ପ୍ରାୟ ୩୫ ହଜାର ଲୋକ ଏହି ରାସ୍ତାରେ ଯାତାୟତ କରନ୍ତି। ଉକ୍ତ ରାସ୍ତାରେ ସ୍କୁଲ, କଲେଜ, କୋର୍ଟ, ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନକୁ ଯିବା ଆସିବା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାଆନ୍ତି। ଜବରଦଖଲ ପାଇଁ ରାସ୍ତା ଅଣଓସାରିଆ ହୋଇଥିବାରୁ ଉକ୍ତ ରାସ୍ତାରେ ଦମକଳ, ଆମ୍ବୁଲାନ୍‌ସ ଯାତାୟତ କରି ପାରୁ ନାହାନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଜବରଦଖଲ ହଟାଇ ରାସ୍ତା ପ୍ରଶସ୍ତିକରଣ କରିବାକୁ ପୁରୁଣାବଜାର ଅଞ୍ଚଳର ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଏହି ମର୍ମରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନରେ ବରିଷ୍ଠ ନାଗରିକ ହାଜୀ ସେକ ମହମ୍ମଦ ଫାରୁକ, ଆଇନଜୀବୀ ସେକ୍ ଅବୁ ସୁଫିୟାନ, ଅଧ୍ୟାପକ ନାସିରବକ୍ସ, ହାଜୀ ସୈୟଦ ଅବଦୁଲ ମସଜୁଦ, ହାଜୀ ଡା. ସେକ ଅଲାଉଦ୍ଦିନ, ହାଜୀ ଅବଦୁଲ କାସିମ ଖାଁ, ହାଜୀ ସେକ୍ ଅନୱର ହୋସେନ, ଅବଦୁଲ କାସିମ୍ ଖାଁ ପ୍ରମୁଖ ଭଦ୍ରକ ବିଧାୟକ, ଆରଡିସି, ସାଂସଦ ପ୍ରମୁଖଙ୍କୁ ମଧ୍ୟ ଦାବି ଜଣାଇଛନ୍ତି। ଏପରିକି ବାରମ୍ବାର ଦାବି ହୋଇ ଆସୁଥିବା ଜବରଦଖଲ ଉଚ୍ଛେଦକୁ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଧ୍ୟାନ ନଦେଉଥିବାରୁ ଅସନ୍ତୋଷ ପ୍ରକଟ କରି ପୂର୍ବତନ କାଉନସିଲର ଅସରଫ୍ ଅଲ୍ଲୀ ଖାଁ ଆଗାମୀ ଦିନରେ ଏହାକୁ ଗଣଆନ୍ଦୋଳନରେ ପରିଣତ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.