Home ଜିଲ୍ଲା ପରିକ୍ରମା ପୁରୀ ରଥଯାତ୍ରାରେ ତିହିଡ଼ି ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଅନ୍ନ ସେବା

ପୁରୀ ରଥଯାତ୍ରାରେ ତିହିଡ଼ି ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଅନ୍ନ ସେବା

23

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୁରୀ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ଓ ଜଳ ସେବା ପ୍ରଦାନ କରିବା ସହ ଜଳସିଞ୍ଚନ କରି ତିହିଡ଼ି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ସଂଘର କର୍ମକର୍ତ୍ତାମାନେ ପୁରୀ ବଡ଼ଦାଣ୍ଡ ଗଳଗଣ୍ଡି ଛକ ନିକଟରେ ଏହି ଅନ୍ନ ଓ ଜଳ ସେବା ଯୋଗାଇଥିଲେ । ସକାଳେ ଭକ୍ତମାନଙ୍କ ପାଇଁ ଚା, ବିସ୍କୁଟ ପରେ ଖିଚୁଡ଼ି ଅନ୍ନ ଓ ମଧ୍ୟାହ୍ନରେ ଅରୁଆ ଅନ୍ନ ସହ ଡାଲମା ଭକ୍ତମାନଙ୍କୁ ସଂଘ ପକ୍ଷରୁ ବଣ୍ଟନ କରାଯାଇଥିଲା । ସଂଘର ସଭାପତି ରାଜୀବ କୁମାର ନାୟକ ଓ ଉପଦେଷ୍ଟା ଦୀପକ କୁମାର ପରିଡ଼ାଙ୍କ ନେତୃତ୍ୱରେ ହେମନ୍ତ କୁମାର ମଲିକ, ଅଭିରାମ ଦାସ, ନିରାକାର ମଲିକ, ରାମଚନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ଶରତ ନାୟକ, ଚକ୍ରଧର ରଣା, ରବିନ୍ଦ୍ର ପ୍ରଧାନ, ଅନନ୍ତ ବାରିକ, ଅଖୁଜା ମହାପାତ୍ର, ଶରତ ନାୟକ, ଅଶୋକ ନାୟକ, ବାବୁରାମ ଗାରିଡ଼ି, ବାବୁରାମ ଦାସ, ପ୍ରୀତିଶ ତ୍ରିପାଠୀ, ତୃପ୍ତି ଭଟ୍ଟାଚାର୍ଯ୍ୟ, ପରମେଶ୍ୱର ପାଢ଼ୀ, ରାମନାରାୟଣ ପାଣିଗ୍ରାହୀ, ଅର୍ଜୁନ ଭଟ୍ଟରାୟ, ପ୍ରମୁଖ ୬୦ରୁ ଅଧିକ ସଦସ୍ୟମାନେ ପୁରୀ ବଡ଼ଦାଣ୍ଡରେ ୧୫ କୁଇଣ୍ଟାଲରୁ ଅଧିକ ଚାଉଳର ଅନ୍ନ, ଜଳ ସେବା ଯୋଗାଇବା ସହ ଥାଣ୍ଡା ଜଳ ସିଞ୍ଚନ କରିଥିଲେ । ସଂଘର ଏହି ଉଲ୍ଲେଖନୀୟ ସେବା ପାଇଁ କଟକର କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଗୋପବନ୍ଧୁ ସେବା ସଂଘକୁ ପୁରୀ ଦଡ଼ଦାଣ୍ଡରେ ସଂଘର କର୍ମକର୍ତ୍ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.