Home ଜିଲ୍ଲା ପରିକ୍ରମା ପାଳଦାବାଙ୍କ ରାସ୍ତାର ଦୂରାବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପାଳଦାବାଙ୍କ ରାସ୍ତାର ଦୂରାବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

17

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ଆରମ୍ଭ ପାଳଦାବାଙ୍କ ଠାରେ ଦୁରାବସ୍ଥା ପ୍ରତିକାର ପାଇଁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ତାରେଣୀସେନ ଜେନା ପ୍ରମୁଖ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କୁ ଏଥିନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜପଥ କତ୍ତୃପକ୍ଷ ସଂପୃକ୍ତ ସ୍ଥାନରେ ରାସ୍ତାକୁ ରାଜପଥ ଅଣ୍ଡରପାସ ରୋଡ ସହ ସଂଯୋଗ କରିବା ଲକ୍ଷ୍ୟରେ ଭାଙ୍ଗିଦେଇ ପଳାଇ ଯାଇଥିଲେ । ମାତ୍ର ରାସ୍ତା ନିର୍ମାଣ ହୋଇନଥିଲା । ଗତ ୪ ମାସ ଧରି ଲୋକେ ଅପେକ୍ଷା କରିବା ପରେ ଧୈର୍ଯ୍ୟଚ୍ୟୁତ ହୋଇଛନ୍ତିି । ଏ ସମ୍ପର୍କରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରନ୍ତୁ ବୋଲି ଦାବି କରାଯାଇଛି । ବିଭିନ୍ନ ସ୍ଥାନୀୟ ଲୋକେ ବିପଦସଂକୁଳ ଭାବେ ରାସ୍ତା ଅତିକ୍ରମ କରିବକୁ ବାଧ୍ୟ ହେଉଛନ୍ତି । ପୁନଶ୍ଚ ୨୧ କୋଟି ବ୍ୟକ୍ତି ଖର୍ଚ୍ଚ ସରିବା ପରେ ରାସ୍ତାର ନିର୍ମାଣ କାର୍ଯ୍ୟ ସରୁ ନାହିଁ । ବିପର୍ଯ୍ୟସ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଠିି ହୋଇ ଯାତାୟତରେ ବାଧା ଉପୁଜାଇଛି । ଜିଲ୍ଲାପାଳ ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.