Home Top News ପୁରୀ: ମାଉସୀ ମା’ ମନ୍ଦିର ପୋଡ଼ ପିଠା ଭୋଗ ସମର୍ପଣକୁ ନେଇ ବିବାଦ ଓ ହାତାହାତି,...

ପୁରୀ: ମାଉସୀ ମା’ ମନ୍ଦିର ପୋଡ଼ ପିଠା ଭୋଗ ସମର୍ପଣକୁ ନେଇ ବିବାଦ ଓ ହାତାହାତି, ପୋଡ଼ କୁଡ଼ୁଆ ତଳେ ପଡ଼ିଲା

129

ପୁରୀ ୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମାଉସୀ ମା’ ମନ୍ଦିର ଆଗରେ ଅଭାବନୀୟ ଘଟଣା। ମହାପ୍ରଭୁଙ୍କୁ ପୋଡ଼ ପିଠା ଭୋଗ ସମର୍ପଣକୁ ନେଇ ବିବାଦ ଓ ହାତାହାତି। ଫଳରେ ମହାପ୍ରଭୁଙ୍କ ପାଇଁ ହୋଇ ଥିବା ପୋଡ଼ ପିଠା କୁଡୁଆ ଭାଙ୍ଗି ତଳେ ପଡିଯିବାରୁ ମହାପ୍ରଭୁଙ୍କ ପାଇଁ ଲାଗି ହୋଇ ପାରିଲାନି ପୋଡ଼ ପୀଠା। ମାଉସି ମା’ ମନ୍ଦିର ପୂଜକ ବିଶ୍ଵନାଥ ମିଶ୍ର ଓ ପୂର୍ବରୁ ସେବା ଥିବା ଲୋକନାଥ ଦାଶଙ୍କ ଝିଅଙ୍କ ପୁଅ ମନୋରଞ୍ଜନ ମିଶ୍ରଙ୍କ ମଧ୍ୟରେ ପୋଡ଼ ପିଠା ସେବାକୁ ନେଇ ଅନେକ ଦିନ ହେଲାଣି ବିବାଦ ଚାଲିଛି। କୋର୍ଟ କଚେରୀରେ ମାମଲା ଥିବା ବେଳେ ବିବାଦର ସମାଧାନ ନ ହେବା ଯାଏଁ ଦୁଇ ଜଣ ପୋଡ଼ ପିଠା ସମର୍ପଣ କରୁଛନ୍ତି। ତେବେ ଆଜି ମନୋରଞ୍ଜନ ମିଶ୍ର ପୋଡ଼ ପୀଠା ଧରି ମାଉସୀ ମା’ ମନ୍ଦିର ଆଗରେ ଠିଆ ହେବାକୁ ନେଇ ବିବାଦ ଓ ବଚସା ହୋଇଥିଲା। ପରେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ପୋଲିସ୍ ଘଟଣାକୁ ଆୟତ୍ତ କରିଥିଲା। ତେବେ ଏହି ଗଣ୍ଡଗୋଳରେ ମହାପ୍ରଭୁଙ୍କ ପାଇଁ ମନୋରଞ୍ଜନ ମିଶ୍ର କରିଥିବା ପୋଡ଼ କୁଡ଼ୁଆ ତଳେ ପଡ଼ି ଭାଙ୍ଗି ଯିବାରୁ ଭୋଗ ତଳେ ପଡ଼ି ନଷ୍ଟ ହୋଇ ଯାଇଥିଲା। ତେବେ ଦୁଇ ଜଣଙ୍କ ବିବାଦ ଯୋଗୁଁ ଆଜି ବଡ଼ ଦାଣ୍ଡରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ କାର୍ଯ୍ୟରେ ଏଭଳି ବିଶୃଙ୍ଖଳାକୁ ଭକ୍ତ ମହଲରେ କଡ଼ା ନିନ୍ଦା କରାଯାଇଛି। ପ୍ରଶାସନ ଏହି ବିବାଦକୁ ସମାଧାନ କରିବାକୁ ଦାବି ହୋଇଛି। ସ୍ୱର୍ଗତ ଲୋକ ନାଥ ଦାଶଙ୍କ ଝିଅ ଙ୍କ ପୁଅ ମନୋରଂଜନ ମିଶ୍ର ହୋଇ ଥିବାରୁ ସେ ସେବା ପାଇଁ ହକଦାର ବୋଲି ଦାବି କରୁଛନ୍ତି। ସେପଟେ ମାଉସୀ ମା’ ମନ୍ଦିର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି ସେ ଏହି ସେବା ତାଙ୍କ ବଂଶାନୁକ୍ରମିକ ଭାବେ ପାଇଛନ୍ତି। ସେ ସେବା ପାଇଁ ହକଦାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.