Home ଜିଲ୍ଲା ପରିକ୍ରମା ପୁରୀ: ବ୍ଲୁ ଫ୍ଲାଗ ବିଚ ସଂପର୍କୀତ ବିଚ ପରିଚାଳନା କମିଟି ବୈଠକ

ପୁରୀ: ବ୍ଲୁ ଫ୍ଲାଗ ବିଚ ସଂପର୍କୀତ ବିଚ ପରିଚାଳନା କମିଟି ବୈଠକ

61

ପୁରୀ, ୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୂର୍ବାହ୍ନ ୧୦ ଘଟିକା ସମୟରେ ପୁରୀ ଜିଲାପାଳ ତଥା ବିଚ ପରିଚାଳନା କମିଟିର ଅଧ୍ୟକ୍ଷ ବଲବନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ପୁରୀ ଠାରେ ହେବାକୁ ଥିବା ପାଇଲଟ ବ୍ଲୁ ଫ୍ଲାଗ ବିଚର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲା ଆରକ୍ଷୀ ଅଧିଖିକ, ଜିଲା ବନ ଅଧିକାରୀ, ଜିଲା ଗ୍ରାମୀୟ ଉନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପୌରପାଳିକା ନିର୍ବାହୀ ଅଧିକାରୀ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଭୁବନେଶ୍ୱରର ରିଜୋନାଲ ଅଫିସର, ଆଇସିଜେଡଏମପି, ଏସପିଏମଇଉ ପୁରୀର ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲାପାଳଙ୍କ ସମେତ ସେସୁ, ରାସ୍ତା ଓ କୋଠାବାଡି ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ବୈଠକ ରେ ଭାଗ ନେଇଥିଲେ। ଉକ୍ତ ବୈଠକରେ ଗୋଲଡେନ ବିଚରେ ପାର୍କିଂ ଫି ଓ ପାର୍କିଂ ପରିଚାଳନା, ବ୍ଲୁ ଫ୍ଲାଗ ବିଚକୁ ପ୍ରବେଶ ନିମନ୍ତେ ଏଣ୍ଟ୍ରି ଫି, ପାର୍କିଂ ପାଖରେ ପରିଦର୍ଶନ ନିମନ୍ତେ କେଫେଟେରିଆର ସୁବିଧା, କାଉଂଟର ମ୍ୟାନେଜରର ନିଯୁକ୍ତି ଆଦି ବିଷୟରେ ବିସ୍ତୁତ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.