Home ଓଡ଼ିଶା ପୁରୀ ବେଳାଭୂମିରେ ବ୍ୟାଗ ଭିତରେ ରହିଛି ନବଜାତ ଶିଶୁର ମୃତ ଦେହ

ପୁରୀ ବେଳାଭୂମିରେ ବ୍ୟାଗ ଭିତରେ ରହିଛି ନବଜାତ ଶିଶୁର ମୃତ ଦେହ

37

ପୁରୀ ୭-୧୨ (ଓଡ଼ିଆ ପୁଅ) ପୁରୀ ବେଳାଭୂମିରେ ଅଭାବନୀୟ ଦୃଶ୍ୟ। ବ୍ୟାଗ ଭିତରେ ରହିଛି ନବଜାତ ଶିଶୁର ମୃତ ଦେହ। ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରେ ଦେଖିବାକୁ ମିଳିଛି ଏହି ମୃତ ଦେହ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସମୁଦ୍ର କୂଳ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଜଣେ ବ୍ୟକ୍ତି ଏହି ମୃତ ଶିଶୁକୁ ପୋତିବା ପାଇଁ ସମୁଦ୍ର କୂଳ ଆଣିଥିଲେ। ସେଠାରେ ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଭୟରେ ଉକ୍ତ ବ୍ୟକ୍ତି ଜଣକ ମୃତ ଶିଶୁକୁ ସେଠାରେ ଛାଡି ଚମ୍ପଟ ମାରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.