Home ଓଡ଼ିଶା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ନନ୍ଦ ସାର୍‌ଙ୍କ ବିୟୋଗ ସମଗ୍ର...

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ନନ୍ଦ ସାର୍‌ଙ୍କ ବିୟୋଗ ସମଗ୍ର ଦେଶର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି- ଧର୍ମେନ୍ଦ୍ର ପ୍ରଧାନ

37

ଭୁବନେଶ୍ୱର, ଡ଼ିସେମ୍ବର ୦୭ (ଓଡ଼ିଆ ପୁଅ) – ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ବିନା ପାରିଶ୍ରମିକରେ ତିନି ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.