Home ଓଡ଼ିଶା ପୁରୀ ପାଲଟିଛି ବ୍ରାଉନ ସୁଗାର କାରବାରୀଙ୍କ ଆଡ୍ଡାସ୍ଥଳ

ପୁରୀ ପାଲଟିଛି ବ୍ରାଉନ ସୁଗାର କାରବାରୀଙ୍କ ଆଡ୍ଡାସ୍ଥଳ

34

ପୁରୀ ୩-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜୟପୁର ଶାସନ କିଲ୍ଲାସ୍ଥିତ ହନୁମାନ ମନ୍ଦିର ନିକଟରେ ଚଢ଼ାଉକରି ରଞ୍ଜନ ଦାସ, ବୟସ -୨୩ବର୍ଷ, ଗିରଫ କରିଛନ୍ତି। ତାଙ୍କ ଠାରୁ ୧୬୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ଜବତ କରାଯାଇଛି। ପିପିଲି ଅବକାରୀ ଥାନା କେସ ନଂ -୬୮/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରାଜାଇଥିବ ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି.। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୬, ୫୦, ୦୦୦/-ଟଙ୍କାରୁ ଉର୍ଦ୍ଧ୍ଓବ ହେବ। ଏହି ଚଢ଼ାଉରେ ଅବକାରୀ ASI ପୂର୍ଣ୍ଣ ଚନ୍ଦ୍ର ନାୟକ, କର୍ମଚାରୀ ଶ୍ରୀମତି ସବିତା ସାହୁ, ଆଶିଷ ପ୍ରଧାନ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ, ସେକ ୱାରିସ, ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.