Home ଜିଲ୍ଲା ପରିକ୍ରମା ଜିଲ୍ଲାରେ କ୍ରିଡା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା

ଜିଲ୍ଲାରେ କ୍ରିଡା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା

44

ପୁରୀ ୦୩.୦୬ (ଓଡ଼ିଆ ପୁଅ) – ଜିଲ୍ଲାରେ କ୍ରିଡା ଭିତ୍ତିଭୂମିର ଉନ୍ନତିକରଣ ସହ କ୍ରିଡାପ୍ରେମୀ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ଆର.ଭିନିଲ କ୍ରିଷ୍ଣା ଜିଲ୍ଲା ଗସ୍ତ କରି ପେଣ୍ଠକଟାସ୍ଥିତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ତାଳବଣିଆ ସ୍ଥିତ ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ପୁରୀ ଜିଲ୍ଲା ସ୍କୁଲ ଗସ୍ତ କରି ବିଭିନ୍ନ କ୍ରିଡା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରାୟ ୧୩ ଏକର ପରିମିତ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ କ୍ରିକେଟ ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ଦର୍ଶକ ଗ୍ୟାଲେରୀ, ସୁମିଂପୁଲ, ଖୋଖୋ, କବାଡି, ବାସ୍କେଟବଲ କୋର୍ଟ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେହିଭଳି ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫୁଟବଲ କୋର୍ଟ, ରନିଂ ଟ୍ରାକ, ଜିମ୍ନାଷ୍ଟିକ୍ ଏବଂ ପୁରୀ ଜିଲ୍ଲା ସ୍କୁଲରେ ବିଭିନ୍ନ ଖେଳ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଆନୁଷଙ୍ଗିକ କ୍ରିଡା ସାମଗ୍ରୀ ଉପଲବ୍ଧ ହେବା ସହ ଜିଲ୍ଲାରେ ପ୍ରତିଭାବାନ କ୍ରିଡାବିତ ମାନେ ସୃଷ୍ଟି ହେବେ ବୋଲି ସ୍ବତନ୍ତ୍ର ଶାସନ ସଚିବ ପ୍ରକାଶ କରିଛନ୍ତି।  ଏହାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଂପୃକ୍ତ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରିଡା ବିଭାଗ ଉପ-ଶାସନ ସଚିବ ଶ୍ରୀ ରଞ୍ଜିତ ପରିଡା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା କ୍ରିଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ବିଭାଗୀୟ ଅଧିକାରୀ ତଥା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.