Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲା ବୋଲିଂଗ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ ଜିଲ୍ଲା ବୋଲିଂଗ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

67

ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ବୋଲିଂଗ ସଂଘ ଗଠିତ ହୋଇ ଭାରତୀୟ ବୋଲିଂଗ ସଂଘ ଅନୁବନ୍ଧିତ ରାଜ୍ୟ ବୋଲିଂଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଏହାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଛି। ଲୋକପ୍ରିୟତା ଦିଗରେ ଅଗ୍ରସର ହେଉଥିବା ବୋଲିଂଗ ଓ ଲନ ବଲ ଖେଳରେ ରାଜ୍ୟ ୩ ବର୍ଷ ଅତିକ୍ରମ କରିଛି। ଗତବର୍ଷ ଆସାମର ଗୋହାଟି ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣରେ ଲନବଲ ପ୍ରଦାର୍ପଣ କରିଥିବା ବେଳେ ଓଡ଼ିଶା ଭାଗ ନେଇଥିଲା। ୨୦୧୮ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ଆରୀଫା ବେଗମ ଓ କୈଳାସ ମାଝି ପଦକ ଜିତି ରାଜ୍ୟ ପାଇଁ ଗୈାରବ ଆଣିଥିଲେ। ବୋଲିଂ ଲନ ବଲ ଖେଳ ପାଇଁ ରାଜ୍ୟ ସରକାର ସ୍ୱିକୃତି ପ୍ରଦାନ ସହ ଭିତ୍ତିଭୂମି ପାଇଁ ସନ୍ଥେଟିକ ବା ଘାସ ଟ୍ରାକ ଯୋଗାଇ ଦେଲେ ଆସନ୍ତା ବର୍ଷ ହରିୟାଣାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆରେ ପୁରୀ ତଥା ଓଡ଼ିଶାର ପ୍ରତିଯୋଗୀ ଭାଗ ନେଇ ସୁନାମ ଓ ଗର୍ବ ଆଣି ପାରିବେ। ପୁରୀ ଜିଲ୍ଲା ବୋଲିଂଗ ସଂଘ କର୍ମକର୍ତ୍ତା ମନୋନୟନ ହୋଇଛି। ଖୁବଶୀଘ୍ର ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ ବୋଲି ଆଜି ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜେଶ କୁମାର ମିଶ୍ର ସଭାପତି, ସୁମିତ ରଞ୍ଜନ ପୁରୋହିତ ରାଜ୍ୟ ବୋଲିଂଗ ସଂଘ ସମ୍ପାଦକ ଓ ହରେଶ କୁମାର ମିଶ୍ର ସାଧାରଣ ସଂମ୍ପାଦକ ପୁରୀ ଜିଲ୍ଲା ବୋଲିଂଗ ସଂଘ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.