Home ଜିଲ୍ଲା ପରିକ୍ରମା ୧୫ ତାରିଖରୁ ପହିଲି ଭୋଗ ଆରମ୍ଭ

୧୫ ତାରିଖରୁ ପହିଲି ଭୋଗ ଆରମ୍ଭ

32

ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଚଳିତ ମାସ ୧୫ ତାରିଖ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ ନୀତି। ଏଥି ନିମନ୍ତେ ନୀତି ନିର୍ଘଣ୍ଟ କରାଯାଇଛି। ଦ୍ୱାର ଫିଟା ନୀତି ଭୋର ୩ ଟାରେ ଅନୁଷ୍ଠିତ ହେବ। ଏହାପରେ ଭିତର ଶୋଧ, ମଙ୍ଗଳ ଆଳତୀ, ରୋଷ ହୋମ, ମଇଲମ, ତଡ଼ପ ଲାଗି, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ହୋଇ ମହାପ୍ରଭୁଙ୍କର ପହିଲି ଭୋଗ ବାହାରିବ। ସକାଳ ୬ଟା ୫୦ ମିନିଟ୍ ସୁଦ୍ଧା ପହିଲି ଭୋଗ ବାହାରିବ। ଏହାପରେ, ଅନ୍ୟାନ୍ୟ ନୀତି ବଢ଼ି ପ୍ରଭୁଙ୍କ ଦିବା ପହୁଡ଼ ନୀତି ଅପରାହ୍ନ ୨:୩୦ଟାରେ ପଡ଼ିବ। ଦିବା ପହୁଡ଼ରୁ ମହାପଭୁଙ୍କ ଦ୍ୱାର ଫିଟା ହେବା ପରେ ୪:୩୦ ରେ ଆରମ୍ଭ ହେବ ବଡ଼ସିଂହାର ଭୋଗ। ପରେ ରାତ୍ରି ପହୁଡ଼ ନୀତି ରାତି ୧୧ଟା ସୁଦ୍ଧା ଶେଷ କରିବାକୁ ଶ୍ରୀମନ୍ଦିର ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.