Home ଓଡ଼ିଶା କେ. ରମେଶର ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

କେ. ରମେଶର ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

30

ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କେ. ରମେଶର ହାଜତରେ ହତ୍ୟାକାଣ୍ଡ ଘଟରାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ବିଜେପି ପୁରୀ ଜିଲ୍ଲା ନେତୃତ୍ୱଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆଜି ଏଠାରେ ଅନୁଷ୍ଠିତ ହୋଇଥିଲା। କେ. ରମେଶର ପୋଷ୍ଟ ମଟମ ରିପୋର୍ଟରେ ତାକୁ ପିଟିପିଟି ମାରି ଦିଆଯାଇଥିବା ସୂଚନା ଥିବା ବେଳେ ସଂମ୍ପୃକ୍ତ ପୋଲିସ ଅଧିକାରୀଙ୍‌କ ବିରୁଦ୍ଧରେ ୩୦୨ ଦଫାରେ ମାମଲା ରୁଜୁ କରାଯାଇ ସିବିଆଇ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିପାିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତୃତ୍ୱ ମଣ୍ଡଳି ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଜୟନ୍ତ କୁମାର ଦାସ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଜ୍ୟୋତି ମହାପାତ୍ର, ସିଂହଦ୍ୱାର ମଣ୍ଡଳ ସଭାପତି ରବି ଦାସ, ଶରଧା ବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ଉମାକାନ୍ତ ନାୟକ, ଦିଗୃର୍ସନ ପଟ୍ଟନାୟକ, ଅନୀତା ପଟ୍ଟନାୟକ ଓ ଭବାନୀ ଦାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.